ଏସୀୟ ଟିଟି: ଭାରତ ପୁରୁଷ ଜିତିଲେ କାଂସ୍ୟ

ଦୋହା : ଭାରତୀୟ ପୁରୁଷ ଟେବୁଲ ଟେନିସ (ଟିଟି) ଦଳ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛି। ଶୁକ୍ରବାର ସେମିଫାଇନାଲ୍‌ରେ ଏହି ଦଳ ୦-୩ରେ ଦକ୍ଷିଣ କୋରିଆଠୁ ହାରିବା ପରେ ଆଗକୁ ନବଢ଼ି କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ପ୍ରଥମ ମ୍ୟାଚ୍‌ରେ ଜି ସାଥିୟାନ୍‌ ୫-୧୧, ୧୨-୧୦, ୮-୧୧, ୫-୧୧ରେ ବିଶ୍ବର ୧୨ ନମ୍ବର ଉଜିନ୍‌ ଜାଙ୍ଗଠୁ ହାରିଯାଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ସରତ କମଲ ଆରମ୍ଭରୁ ୨-୧ ସେଟ୍‌ରେ ଅଗ୍ରଣୀ ନେଇଥିଲେ। କିନ୍ତୁ ୨୨ ମାନ୍ୟତାପ୍ରାପ୍ତ ଲି ସାଙ୍ଗସୁ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ୪-୧ (୭-୧୧, ୧୫-୧୩, ୮-୧୧, ୧୧-୬, ୧୧-୯)ରେ କମଲଙ୍କୁ ପଛରେ ପକାଇ କୋରିଆକୁ ୨-୦ରେ ଅଗୁଆ କରିଥିଲେ। ସେହିପରି ହରମୀତ ଦେଶାଇ ୨-୧‌ ସେଟ୍‌ରେ ନିଜଠୁ ୫ ମାନ୍ୟତା କମ୍‌ ସିଉଙ୍ଗମିନ୍‌ ଚୋ (୭୭ ମାନ୍ୟତା) ବିପକ୍ଷରେ ଆଗୁଆ ରହିଥିଲେ। ଏକଦା ସ୍ଥିତି ମଧ୍ୟ ୨-୨ କରି ବିଜୟ ଦିଗରେ ଅଗ୍ରସର ହୋଇଥିଲେ। ହେଲେ ଶେଷ ସେଟ୍‌କୁ ୧୧-୧୩ରେ ହାରିଯିବାରୁ ଭାରତ ୦-୩ରେ ପରଜୟ ବରଣ କରିଥିଲା। କ୍ବାର୍ଟର ଫାଇନାଲ୍‌ରେ ହାରିଥିବା ଭାରତୀୟ ମହିଳା ଦଳ ପ୍ଲେ ଅଫ୍‌ରେ ୩-୧ରେ ଥାଇଲାଣ୍ଡକୁ ହରାଇ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧିତ ଖବର