ଏସୀୟ ଟିଟି: ପୁରୁଷ ଯୁଗଳରେ ଭାରତକୁ ୨ କାଂସ୍ୟ

ନୂଆଦିଲ୍ଲୀ: ଦୁଇ ଭାରତୀୟ ଯୋଡ଼ି ଶରତ କମଲ ଓ ଜି ସାଥିୟାନ ଏବଂ ହର୍ମିତ ଦେସାଇ ଓ ମାନବ ଠାକୁର ସୋମବାର ୨୦୨୧ ଆଇଟିଟିଏଫ୍‌-ଏଟିଟିୟୁ ଏସୀୟ ଚାମ୍ପିଅନ୍‌ସିପ୍‌ସ ପୁରୁଷ ଯୁଗଳରେ ୨ କାଂସ୍ୟ ପଦକ ଜିତିଛନ୍ତି। ସୋମବାର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ହର୍ମିତ ଓ ମାନବ ୪୪ ମିନିଟ୍‌ର ସଂଘର୍ଷ କରିବା ପରେ ୧୧-୪, ୧୧-୬, ୧୦-୧୨, ୯-୧୧, ୮-୧୧ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆର ଉଜିନ ଜାଙ୍ଗ ଓ ଜୋଙ୍ଗହୁଁ ଲିମ୍‌ଙ୍କଠୁ ହାରି ସ୍ବର୍ଣ୍ଣ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ସେହିପରି ଷଷ୍ଠ ମାନ୍ୟତାପ୍ରାପ୍ତ ଯୋଡ଼ି ଶରତ ଓ ସାଥିଆଁ ଜାପାନ୍‌ ‌ଯୋଡ଼ି ୟୁକିୟା ଉଡା ଓ ସୁନସୁକା ଟୋଗାମିଙ୍କଠୁ ପରାସ୍ତ ହୋଇ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲେ। ସେମିଫାଇନାଲିଷ୍ଟ ପାଇଁ କାଂସ୍ୟ ସୁନିଶ୍ଚିତ ଥିବାରୁ ଉଭୟ ଯୋଡ଼ି ଏହି ପଦକରେ ସନ୍ତୁଷ୍ଟ ରହିଥିଲେ। ଗତ ସପ୍ତାହରେ ମଧ୍ୟ ଭାରତ ପୁରୁଷ ଦଳ ଏସୀୟ ଚାମ୍ପିଅନ୍‌ସିପ୍‌ ଇତିହାସରେ ପ୍ରଥମ ଥର ଲାଗି ପଦକ ଜିତିବାର ଗୌରବ ଅର୍ଜନ କରିଥିଲା।

ସମ୍ବନ୍ଧିତ ଖବର