ଜିନ୍ଜୁ (କୋରିଆ): ଭାରତୀୟ ଭାରୋତ୍ତୋଳକ ଜେରେମୀ ଲାଲ୍ରିନିଙ୍ଗା ଏଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ନାଚ୍ରେ ରୌପ୍ୟ ପଦକ ଜିତିଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ ସେ କ୍ଲିନ୍ ଓ ଜର୍କରେ ତାଙ୍କ ତିନି ଥର ପ୍ରୟାସରେ ମଧ୍ୟ ଭାର ଉଠାଇବାରେ ବିଫଳ ହୋଇଥିଲେ। ଯାହାକି ଭାରତକୁ ନିରାଶ କରିଛି। ଅଣଅଲିମ୍ପିକ୍ ୬୭ କେଜି ଓଜନ ବର୍ଗରେ ପ୍ରତିନିଧିତ୍ବ କରିଥିବା ଜେରେମୀ ସ୍ନାଚ୍ରେ ୧୪୧ କେଜି ଭାର ଉଠାଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ସହ ରୌପ୍ୟ ପଦକ ଜିତିଥିଲେ।
ଏସୀୟ ଭାରୋତ୍ତୋଳନ: ଜେରେମୀଙ୍କୁ ସ୍ନାଚ୍ ରୌପ୍ୟ
/sambad/media/post_attachments/wp-content/uploads/2023/05/5g4j6g5d4g654gjgj.jpg)