ଆସ୍ତାନା: କାଜାଖସ୍ତାନର ଆସ୍ତାନାଠାରେ ଚାଲିଥିବା ଏସୀୟ କୁସ୍ତି ପ୍ରତିଯୋଗିତାେର ଭାରତୀୟ ମହିଳା ଚତୁର୍ଥ ଦିନ ସୁଦ୍ଧା ୨ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୭ ପଦକ ମିଳିଛି। ପୂର୍ବରୁ ୨ (୧ ରୌପ୍ୟ, ୧ କାଂସ୍ୟ) ପଦକ ଜିତିଥିବା ଭାରତ ବୁଧବାର ଏଥିରେ ଆଉ ୫ (୧ ରୌପ୍ୟ, ୪ କାଂସ୍ୟ) ପଦକ ଯୋଡ଼ିଛି। ବୁଧବାର ଅନ୍ତିମ ପଂଘଲ (୫୩ କେଜି) ରୌପ୍ୟ ପାଇଥିଲା ଅଂଶୁ (୫୭ କେଜି), ମନୀଷା (୬୫ କେଜି), ରିତିକା (୭୨ କେଜି) ଓ ସୋନମ ମଲ୍ଲିକ (୬୨ କେଜି) କାଂସ୍ୟ ପଦକ ଜିତିଛନ୍ତି। ଫାଇନାଲ୍ରେ ଗତ ବର୍ଷ ପ୍ରଥମ ଭାରତୀୟ ମହିଳା ଭାବେ ୨୦ ବର୍ଷରୁ କମ୍ ବର୍ଗରେ ବିଶ୍ବ ବିଜୟିନୀ ହୋଇଥିବା ୧୮ ବର୍ଷୀୟା ପଂଘଲ ୦-୧୦ରେ ୨୦୨୧ ବିଶ୍ବ ବିଜୟିନୀ ଜାପାନର ଅକାରି ଫୁଜିନାମିଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ କାଂସ୍ୟ ମୁକାବିଲାରେ ଅଂଶୁ ୧୦-୦ରେ ମଙ୍ଗୋଲିଆର ଏର୍ଡେନେସୁଦ ବାଟ ଏର୍ଡେନଙ୍କୁ, ମନୀଷା ୮-୦ରେ କାଜାଖସ୍ତାନର ଅଲ୍ବିନା କାଇଗେଲଡିନୋଭାଙ୍କୁ, ସୋନମ ୫-୧ରେ ଚୀନ୍ର ଜିଆଜୁଆନ୍ ଲୁଓଙ୍କୁ ଏବଂ ରିତିକା ୫-୧ରେ ଉଜ୍ବେକିସ୍ତାନର ସ୍ବେତଲାନା ଓକନାଜାରୋଭାଙ୍କୁ ପରାସ୍ତ କରିଥିଲେ। ମଙ୍ଗଳବାର ନିଶା ଦାହିୟା (୬୮ କେଜି) ରୌପ୍ୟ ଏବଂ ପ୍ରିୟା (୭୬ କେଜି) କାଂସ୍ୟ ଜିତିଥିଲେ।
ଏସୀୟ କୁସ୍ତି: ଅନ୍ତିମ ଜିତିଲେ ରୌପ୍ୟ
/sambad/media/post_attachments/wp-content/uploads/2023/04/4654hk65h4fkf6hk4kh65.jpg)