ଏସୀୟ ଯୋଗ କ୍ରୀଡ଼ା: ଭାରତୀୟ ଦଳରେ ଓଡ଼ିଶାରୁ ଚନ୍ଦ୍ରକାନ୍ତ

ଭୁବନେଶ୍ୱର: ଅଷ୍ଟମ ଏସୀୟ ଯୋଗ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ଚନ୍ଦ୍ରକାନ୍ତ ବାରିକଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତା ଚଳିତ ମାସ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କେରଳର ଥିରୁବନ୍ତପୁରମଠାରେ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୧୧୨ (୫୮ ମହିଳା ଓ ୫୪ ପୁରୁଷ) ଜଣ ଅଂଶଗ୍ରହଣ କରିବେ। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଖୋର୍ଧା ଜିଲ୍ଲା ଜଟଣୀ ଉପରବସ୍ତର ଏହି ଜାତୀୟ ପୁରସ୍କାରପ୍ରାପ୍ତ ଯୋଗ ତରକା ପୂର୍ବରୁ ଏସୀୟ ଯୋଗ ରେଫରି ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୨ରୁ ୨୦୧୨ ପର୍ଯ୍ୟନ୍ତ ଲଗାତାର ଭାବେ ରାଜ୍ୟ ଯୋଗ ବିଜେତା ରହିଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସେ ଅନେକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ସାରିଛନ୍ତି। ଏଥିସହ ଚନ୍ଦ୍ରକାନ୍ତ ଯୋଗ କୁମାର, ଯୋଗ ଉଗ୍‌ଧୀ ଏବଂ କଳିଙ୍ଗ କୁମାର ଭଳି ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି। ଏହି ପ୍ରତିଯୋଗିତାରେ ପଦକ ଜିତିବେ ବୋଲି ଦୃଢ଼ ଆଶା ରଖିଥିବା ଚନ୍ଦ୍ରକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର