ଏସୀୟ ଯୁବ ବିଚ୍‌ ହ୍ୟାଣ୍ଡବଲ୍‌: ଭାରତୀୟ ଦଳରେ ଆର୍ଯ୍ୟନ୍

ଭୁବନେଶ୍ବର: ମାର୍ଚ୍ଚ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଇରାନ ରାଜଧାନୀ ତେହେରାନଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ଏସୀୟ ଯୁବ ହ୍ୟାଣ୍ଡ୍‌ବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଆର୍ଯ୍ୟନ ବ୍ରାହ୍ମିନ। ଏଥି ସହ ଭାରତୀୟ ଦଳ ସହ ଆର୍ଯ୍ୟନ ତେହେରାନ ଅଭିମୁଖେ ଯାତ୍ରା କରିଛନ୍ତି। ପୂର୍ବରୁ ଆର୍ଯ୍ୟନ ଭାରତୀୟ କନିଷ୍ଠ ଓ ବରିଷ୍ଠ ହ୍ୟାଣ୍ଡ୍‌ବଲ୍‌ ଦଳରୁ ‌ଖେଳି ସାରିଛନ୍ତି। ଏବେ ପ୍ରଥମ ଓଡ଼ିଆ ଭାବେ ଆର୍ଯ୍ୟନ ଏସୀୟ ଯୁବ ବିଚ୍‌ ହ୍ୟାଣ୍ଡ୍‌ବଲ୍ ଦଳରେ ସ୍ଥାନ ପାଇ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ଭାରତ ସମେତ ୬ ଦେଶ ଏଥିରେ ଭାଗନେବେ। ଭାରତ ପ୍ରଥମ ଦିବସରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ।

ସମ୍ବନ୍ଧିତ ଖବର