ଅସିଫ୍‌ ହକ୍‌ ବିଜେତା

କଟକ: ରାଜ୍ୟର ଏକ ନମ୍ବର ଏକକ ଟେବୁଲ ଟେନିସ୍‌ ଖେଳାଳି ଅସିଫ୍‌ ହକ୍‌ ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ବିହାରର ପାଟନାଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ଅସିଫ୍‌ ୪-୨ ଗେମ୍‌ରେ ହାଇଦ୍ରାବାଦର କେ ବିଘ୍ନେୟ ରେଡ୍ଡୀଙ୍କୁ ହରାଇ ଏହି ସଫଳତା ପାଇଥିଲେ। ଏଥିପୂର୍ବରୁ କ୍ୱାର୍ଟର ଫାଇନାଲ୍‌ରେ ଅସିଫ୍‌ ତିରୁବନ୍ତପୁରମ୍‌ର ଭରତ କୃଷ୍ଣଙ୍କୁ ୪-୦ରେ ଓ ସେମିଫାଇନାଲରେ ଆସାମର ମୁକୁଲ ବେରୋଙ୍କୁ ୪-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। କଟକ ବାସିନ୍ଦା ଅସିଫ୍‌ ଏବେ ଆର୍‌ବିଆଇର ଭୁବନେଶ୍ୱର ଶାଖାରେ କାର୍ଯ୍ୟରତ। ଅସିଫ୍‌ଙ୍କ ଏହି ସଫଳତା ପାଇଁ ରାଜ୍ୟ ଟେବୁଲ ଟେନିସ୍‌ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା ତାଙ୍କୁ ଅଭିନନ୍ଦନ ଜଣାଯାଇଛି।

ସମ୍ବନ୍ଧିତ ଖବର