କଟକ: ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଧାବିକା ଜଉନା ମୁର୍ମୁ ଲଣ୍ଡନରେ ଉଚ୍ଚତର ପ୍ରଶିକ୍ଷଣ ନେବାକୁ ଆଗ୍ରହ ଦେଖାଇଛନ୍ତି। ଏସୀୟ କ୍ରୀଡ଼ା ପାଇଁ ଏବେ ହାତରେ ଆଉ ଦେଢ଼ ମାସ ଥିବାରୁ ଏହି ସମୟ ତାଙ୍କ ପାଇଁ ଯଥେଷ୍ଟ। ଯଦି ଉଚିତ୍ ପ୍ରଶିକ୍ଷଣ ମିଳିଲା ତାହେଲେ ସ୍ୱର୍ଣ୍ଣ ପଦକ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହେଲେ ଲଣ୍ଡନ ଯିବା ତାଙ୍କ ପକେଟ୍ ବାହାରେ ହୋଇଥିବାରୁ ଏଥିପାଇଁ ସରକାରୀ ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ସେ ରାଜ୍ୟ କ୍ରୀଡ଼ା ବିଭାଗ ସହିତ ଦିନେ ଦୁଇ ଦିନ ମଧ୍ୟରେ ଯୋଗାଯୋଗ କରିବାକୁ ଚିନ୍ତା କରିଛନ୍ତି। ଏଥିସହିତ ଯଦି କିଛି କର୍ପୋରେଟ୍ ସଂସ୍ଥା ସହଯୋଗ କରନ୍ତି ତାହେଲେ ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ ପାଇଁ ସେ ଉତ୍ସାହିତ ହେବେ ବୋଲି କୁହାଯାଇଛି। ସୂଚନାରୁ ପ୍ରକାଶ ଯେ, ଗୌହାଟୀରେ ଶେଷ ହୋଇଥିବା ଜାତୀୟ ଦୌଡ଼କୁଦରେ ଜଉନା ୪୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ସେ ୫୭.୦୨ ସେକେଣ୍ଡ ସହ ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏଥିପୂର୍ବରୁ ୨୦୧୦ ଗୁଆଙ୍ଗଝୋ ଏସୀୟ କ୍ରୀଡ଼ାରେ ସେ ୪୦୦ ମିଟର ବାଧାଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଥିଲାବେଳେ ସେହିବର୍ଷ ଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ୍ ଅଲ୍ଷ୍ଟାର୍ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ଓ ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଥିଲେ। ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ୪ଗୁଣା ୪୦୦ ମିଟର ରିଲେ ଦୌଡ଼ ଓ ୪୦୦ ମିଟର ବାଧା ଦୌଡ଼ରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଥିଲେ।
ଏସୀୟ କ୍ରୀଡ଼ା: ଲଣ୍ଡନରେ ପ୍ରଶିକ୍ଷଣ ପାଇଁ ସରକାରୀ ସହାୟତା ଲୋଡ଼ିଲେ ଜଉନା
/sambad/media/post_attachments/wp-content/uploads/2018/07/2-indian-athlete-jauna-murmu-reacts-after-557373.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)