ବ୍ରହ୍ମପୁର: ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ୍ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ଜାତୀୟ ମହିଳା ଜୋନାଲ୍ ଭାରୋତ୍ତୋଳନ ପ୍ରତିଯୋଗିତାର ଚତୁର୍ଥ ଦିନରେ ଓଡ଼ିଶାର ଖେଳାଳି ଜିତିଛନ୍ତି ଦୁଇଟି ରୌପ୍ୟ ପଦକ। ୭୧ କିଲୋ ବରିଷ୍ଠ ବର୍ଗରେ ବିହାରର ଖୁସ୍ବୁ କୁମାରୀ ମୋଟ ୧୬୯ (ସ୍ନାଚ୍ରେ ୭୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୯୪) ସ୍ବର୍ଣ୍ଣପଦକ, ଝାଡ଼ଖଣ୍ଡର ଆରୁହି କୁମାରୀ ମୋଟ ୧୩୫ (ସ୍ନାଚ୍ରେ ୫୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୦) ରୌପ୍ୟପଦକ ଓ ଜମ୍ମୁ କଶ୍ମୀରର ଏସ୍.ଏ. ସାଲା ମୋଟ ୧୩୫ (ସ୍ନାଚ୍ରେ ୬୦ ଓ କ୍ଲିନ ଆଣ୍ଡ ଜର୍କରେ ୭୫)ଭାର ଉଠାଇ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଯୁବବର୍ଗରେ ହରିୟାଣାର କମୋଲ ଭାଟି ମୋଟ ୧୫୦ (ସ୍ନାଚ୍ରେ ୭୦ ଓ କ୍ଲିନ ଆଣ୍ଡ୍ ଜର୍କରେ ୮୦)ଙ୍କୁ ସ୍ବର୍ଣ୍ଣ, ଝାଡ଼ଖଣ୍ଡର ଆରୁହି କୁମାରୀ ମୋଟ ୧୩୫ ( ସ୍ନାଚ୍ରେ ୫୫ ଓ କ୍ଲିନ ଆଣ୍ଡ୍ ଜର୍କରେ ୮୦)ଙ୍କୁ ରୌପ୍ୟ, ତାମିଲନାଡ଼ୁର ଇ. ପ୍ରିୟଦର୍ଶିନୀ ମୋଟ ୧୩୪ (ସ୍ନାଚ୍ରେ ୬୩ ଓ କ୍ଲିନ ଆଣ୍ଡ୍ ଜର୍କରେ ୭୧) ବ୍ରୋଞ୍ଜପଦକ ହାସଲ କରିଛନ୍ତି।
କନିଷ୍ଠରେ ଖୁସ୍ବୁ କୁମାରୀ ମୋଟ ୧୬୯ (ସ୍ନାଚ୍ରେ ୭୫ ଓ କ୍ଲିନ ଆଣ୍ଡ ଜର୍କରେ ୯୪) ସ୍ବର୍ଣ୍ଣ, ଆସାମର ଦୁଖମେସାଙ୍ଗ ଟୁନୁଙ୍ଗ ମୋଟ ୧୫୮( ସ୍ନାଚ୍ରେ ୭୦ ଓ କ୍ଲିନ ଆଣ୍ଡ ଜର୍କରେ ୮୮) ଙ୍କୁ ରୌପ୍ୟ ଓ ଝାଡ଼ଖଣ୍ଡର ଆରୁହି କୁମାରୀ ମୋଟ ୧୫୭ (ସ୍ନାଚ୍ରେ ୭୦ ଓ କ୍ଲିନ ଆଣ୍ଡ ଜର୍କରେ ୮୭)ରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ୭୬ କିଲୋ ବର୍ଗର ବରିଷ୍ଠରେ ତାମିଲନାଡ଼ୁର ସୁଭିକ୍ସା କେ ମୋଟ ୧୮୪ (ସ୍ନାଚ୍ରେ ୮୨ ଓ କ୍ଲିନ ଆଣ୍ଡ ୧୦୨)ରେ ସ୍ବର୍ଣ୍ଣ, ଓଡ଼ିଶାର ଏମ୍ କିର୍ତ୍ତୀ ମୋଟ ୧୭୯ (ସ୍ନାଚ୍ରେ ୭୯ ଓ କ୍ଲିନ ଆଣ୍ଡ ୧୦୦)ରେ ରୌପ୍ୟ ଓ ବିହାରର ସାଲିନୀ କୁମାରୀ ମୋଟ ୧୭୩ (ସ୍ନାଚ୍ରେ ୭୮ ଓ କ୍ଲିନ ଆଣ୍ଡ ୯୫)ରେ ବ୍ରୋଞ୍ଜପଦକ ମିଳିଛି। ଯୁବବର୍ଗରେ ତାମିଲନାଡ଼ୁର ସୁଭିକ୍ସା କେ ମୋଟ ୧୮୪ (ସ୍ନାଚ୍ରେ ୮୨ ଓ କ୍ଲିନ ଆଣ୍ଡ ୧୦୨)ରେ ସ୍ବର୍ଣ୍ଣ, ବିହାରର ସାଲିନୀ କୁମାରୀ ମୋଟ ୧୭୩ (ସ୍ନାଚ୍ରେ ୭୮ ଓ କ୍ଲିନ ଆଣ୍ଡ ୯୫) ରୌପ୍ୟପଦକ ଓ ହରିୟାଣାର ମଞ୍ଜୁ ମୋଟ ୧୬୬ (ସ୍ନାଚ୍ରେ ୭୧ ଓ କ୍ଲିନ ଆଣ୍ଡ ୯୫)ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କନିଷ୍ଠ ବର୍ଗରେ ହରିୟାଣାର ବୈଷ୍ଣବୀ ମୋଟ ୧୪୮ (ସ୍ନାଚ୍ରେ ୬୫ ଓ କ୍ଲିନ ଆଣ୍ଡ ୮୩) ସ୍ବର୍ଣ୍ଣ, ଓଡ଼ିଶାର ପ୍ରତିଭା ରାଣୀ ପାତ୍ର ମୋଟ ୧୪୨ (ସ୍ନାଚ୍ରେ ୬୪ ଓ କ୍ଲିନ ଆଣ୍ଡ ୭୮)ଙ୍କୁ ରୌପ୍ୟ, ମିଜୋରାମ୍ର ସିଣ୍ଡି ଲାଲପରମାୱି ମୋଟ ୧୧୪ (ସ୍ନାଚ୍ରେ ୫୪ ଓ କ୍ଲିନ ଆଣ୍ଡ ୬୦) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରବିବାରର ପଦକ ସଂଖ୍ୟାକୁ ମିଶାଇ ଓଡ଼ିଶାକୁ ୭ ସ୍ବର୍ଣ୍ଣ ଓ ୬ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୬ ପଦକ ଜିତିଛି।