ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଛନ୍ତି। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ବେଳେ ବିରାଟ ଦ୍ବିତୀୟ ଥର ବାପା ହେବେ ବୋଲି ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଥିବା ସାମ୍ନାକୁ ଆସିଛି।

Advertisment

ଫେସବୁକର ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୋହଲି ୨୦୨୮ରେ ଅବସର ନେବେ ଓ ୨୦୨୪ରେ ଦ୍ବିତୀୟ ଥର ବାପା ହେବେ ବୋଲି ଲେଖାଯାଇଛି। ଏହି ପୋଷ୍ଟଟି ୨୦୧୬ରେ “ଷ୍ଟାର ଆଣ୍ଡ ଆଷ୍ଟ୍ରୋଲୋଜି” ନାମକ ଫେସବୁକ୍ ପେଜରେ କରାଯାଇଥିଲା, ଯାହା ଏବେ ଭାଇରାଲ ହୋଇଛି।

ପୋଷ୍ଟରେ ଲେଖାଯାଇଥିଲା ଯେ, ୨୦୨୧-୨୪ ମଧ୍ୟରେ ବିରାଟ ଦ୍ବିତୀୟ ଥର ବାପା ହେବାର ସୌଭାଗ୍ୟ ପାଇବେ । ଏହା ସହ ୨୦୨୭ରେ ବିରାଟ ସଫଳତାର ଶିଖରରେ ପହଞ୍ଚିବେ ଏବଂ ୨୦୨୮ରେ ଅବସର ନେବେ ।

‌ଉଲ୍ଲେଖଯୋଗ୍ୟ, ୧୫ ଫେବ୍ରୁଆରିରେ ବିରାଟ ଓ ଅନୁଷ୍କା ଅକାୟଙ୍କ ମାତାପିତା ହୋଇଥିଲେ । ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ପ୍ରସବର ୫ଦିନ ପରେ ପ୍ରଶଂସକଙ୍କୁ ପୋଷ୍ଟ କରି ଖୁସି ଖବର ଦେଇଥିଲେ ବିରାଟ । ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ। ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।