ବ୍ରହ୍ମପୁର: ମାଲେସିଆ ଏବଂ ସିଙ୍ଗାପୁରରେ ମାର୍ଚ୍ଚ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବଲ୍ ବ୍ୟାଡ୍ମିଣ୍ଟ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଭାରତୀୟ ଦଳରେ ବ୍ରହ୍ମପୁରର ଆଶୁତୋଷ ରଥ ସ୍ଥାନ ପାଇଛନ୍ତି। ଗତ ଜାନୁଆରି ୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଚୟନ ଶିବିରରେ ଯୋଗଦେଇ ସେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିପାରିଥିଲେ। ୧୮ ବର୍ଷ ବୟସ୍କ ଆଶୁତୋଷଙ୍କ ବାପା ପ୍ରଶାନ୍ତ କୁମାର ରଥ ବ୍ରହ୍ମପୁର ବଡ଼ବଜାର ଥାନାର ଜଣେ ପୁଲିସ୍ କର୍ମୀ। ଆଶୁତୋଷ +୨ ପରେ ଦୀଶା କଲେଜରେ ବିସିଏ ପଢ଼ୁଛନ୍ତି। ବାପାଙ୍କ ଭଳି ଓଡ଼ିଶା ପୁଲିସ କିମ୍ବା ରେଳବାଇରେ ନିଯୁକ୍ତି ପାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ମାତ୍ର ବର୍ଷେ ତଳେ ସେ ବଲ୍ ବ୍ୟାଡ୍ମିଣ୍ଟନ୍ ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ। ଗଂଜାମ ବଲ୍ ବ୍ୟାଡ୍ମିଣ୍ଟନ୍ ସଂଘ ସମ୍ପାଦକ ସଂଜୟ କୁମାର ବିଶୋୟୀ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଏହି କ୍ରୀଡ଼ାର କୌଶଳ ଶିଖିବାକୁ ସକ୍ଷମ ହେବା ସହ ୪ଟି ରାଜ୍ୟ ସ୍ତରୀୟ ଏବଂ ୨ଟି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ଭଲ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳ ଚୟନ ପାଇଁ ଦିଲ୍ଲୀରେ ଅନୁଷ୍ଠିତ ଶିବିରରେ ଯୋଗ ଦେବାର ସୁଯୋଗ ପାଇ ଏହାର ସଦୁପଯୋଗ କରିବାରେ ସକ୍ଷମ ହୋଇଥିଲେ। ସେଥିପାଇଁ ୧୦ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି। ସେଠାରେ ଭଲ ପ୍ରଦର୍ଶନ କରିବା ପାଇଁ ଏବେ କଡ଼ା ଅଭ୍ୟାସ କରୁଛନ୍ତି।
ଭାରତୀୟ ବଲ୍ବ୍ୟାଡ୍ମିଣ୍ଟନ୍ ଦଳରେ ଆଶୁତୋଷ
/sambad/media/post_attachments/wp-content/uploads/2018/03/asutosh-rath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)