ଟେଷ୍ଟ୍‍ ମାନ୍ୟତାରେ ଅଶ୍ୱିନ ଖସିଲେ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ମଙ୍ଗଳବାର ଘୋଷିତ ଆଇସିସି ବ୍ୟାଟ୍‌ସମ୍ୟାନ୍‌ଙ୍କ ଟେଷ୍ଟ୍‍ ମାନ୍ୟତାରେ ଯଥାକ୍ରମେ ଦ୍ୱିତୀୟ ଏବଂ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ତେବେ ବୋଲରଙ୍କ ମାନ୍ୟତାରେ ଭାରତୀୟ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଗୋଟିଏ ସ୍ଥାନ ଖସିଯାଇଛନ୍ତି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଅଶ୍ୱିନ୍‌ ଷଷ୍ଠ ସ୍ଥାନ ପାଇଛନ୍ତି। ତେବେ ବାମହାତୀ ଅଫ୍‌ ସ୍ପିନର ରବୀନ୍ଦ୍ର ଜାଦେଜା ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ ଅଲ୍‌ ହାସନ୍‌ ଶୀର୍ଷରେ ରହିଥିଲା ବେଳେ ରବୀନ୍ଦ୍ର ଜାଦେଜା ଦ୍ୱିତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର