ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କୁ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି କିଙ୍ଗ୍ସ ଏକାଦଶ ପଂଜାବର ନେତୃତ୍ୱ ଭାର ମିଳିଛି। ଏହି ଦୌଡ଼ରେ ଥିବା ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଏବଂ କ୍ରିସ୍ ଗେଲ୍ଙ୍କ ବଦଳରେ ଦଳୀୟ ଅଧିକାରୀ ସୋମବାର ଅଶ୍ୱିନ୍ଙ୍କ ନାମରେ ମୋହର ମାରିଥିଲେ। ୮ ବର୍ଷର ଆଇପିଏଲ୍ (ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଇଜିଂ ପୁନେ ସୁପରଜିଆଣ୍ଟ୍ସ) ଜୀବନ ମଧ୍ୟରେ ଅଶ୍ୱିନ୍ ଦୁଇଥର ବିଜେତା ଦଳର ସଦସ୍ୟ ରହି ସାରିଛନ୍ତି। ମୋ ଉପରେ ଭରଷା ରଖି ଦଳୀୟ ଅଧିକାରୀ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ମୁଁ ଦଳକୁ ୧୦୦ ପ୍ରତିଶତ ଦେବାକୁ ଦୃଢ଼ ଆଶାବାଦୀ ରହିଛି ବୋଲି ଅଶ୍ୱିନ୍ କହିଛନ୍ତି। ଅଧିନାୟକ ଦାୟିତ୍ୱ ମୋ ଉପରେ ସେପରି କିଛି ଅତିରିକ୍ତ ଚାପ ପକାଇବ ନାହିଁ। ଚିରାଚରିତ ଖେଳ ଜାରି ରଖିବି। ୨୧ ବର୍ଷ ବୟସରେ ରାଜ୍ୟ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛି। ଏହି ଦାୟିତ୍ୱକୁ ସଫଳତା ସହ ତୁଲାଇ ସାରିଥିବାରୁ ନୂଆ ଆହ୍ଵାନ୍କୁ ଉପଭୋଗ କରିବି ବୋଲି ସେ କହିଥିଲେ।
ଅଶ୍ୱିନ୍ଙ୍କୁ କିଙ୍ଗ୍ସ ଏକାଦଶ ପଂଜାବର ନେତୃତ୍ୱ ଭାର
/sambad/media/post_attachments/wp-content/uploads/2018/02/4-Ravichandran-Ashwin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)