କାଉଣ୍ଟିରେ ଅଶ୍ବିନ୍‌ଙ୍କୁ ୮ ୱିକେଟ୍‌

ଟଣ୍ଟନ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ କାଉଣ୍ଟି ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ନଟିଂହାମ୍‌ସାୟାର ପକ୍ଷରୁ ଖେଳୁଥିବା ଅଶ୍ବିନ୍‌ ଏଠାରେ ସ୍ପେକ୍‌ସେଭର୍‌ସ କାଉଣ୍ଟି ପ୍ରତିଯୋଗିତା ଡିଭିଜନ୍‌-୧ରେ ସମର୍‌ସେଟ୍‌ ବିପକ୍ଷ ମ୍ୟାଚ୍‌ରେ ୮ ୱିକେଟ୍‌ ଅକ୍ତିଆର କରିଛନ୍ତି। ଅଶ୍ବିନ୍‌ ପ୍ରଥମ ପାଳିରେ ୩୪.୩-୬-୯୩-୩ ଏବଂ ଦ୍ବିତୀୟ ପାଳିରେ ବୋଲିଂ ଆକ୍ରମଣ ଆରମ୍ଭ କରି ୩୦-୮-୫୯-୫ ବୋଲିଂ ଚିତ୍ର ପାଇଥିଲେ। ଉଭୟ ପାଳିରେ ମୋଟ ୧୫୨ ରନ୍‌ ବ୍ୟୟ କରି ୮ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଯୋଗୁଁ ଅଶ୍ବିନ୍‌ଙ୍କ ଦଳ ପରାଜୟରୁ ବର୍ତ୍ତି ପାରିନଥିଲା।

ସମ୍ବନ୍ଧିତ ଖବର