କଟକ : ଆସନ୍ତା ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ରାଜକୋଟଠାରେ ଆୟୋଜିତ ହେବାକୁ ଥିବା ୧୯ ବର୍ଷରୁ କମ୍ ଅନ୍ତଃ ଏକାଡେମୀ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ସୁଯୋଗ ମିଳିଛି। ଏହି ୪ ଜଣ ହେଲେ ପ୍ରିୟଙ୍କା ମୁଦିଲି, ସୁଚିସ୍ମିତା ପଣ୍ଡା, ଏସ୍‌ବି ଲରେନ୍ସ ଓ ତନ୍ମୟୀ ବେହେରା। ଓସିଏ ପକ୍ଷରୁ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।