ଟୋକିଓ: ପତ୍ନୀ ଦୀପିକାଙ୍କ ପରେ ଏବେ ଭାରତକୁ ନିରାଶ କଲେ ପତି ତଥା ତୀରାନ୍ଦାଜ ଅତନୁ ଦାସ | ଟୋକିଓ ଅଲିମ୍ପିକ୍ସରେ ଜାପାନର ଟାକାହାରୁ ଫୁରୁକାୱାଙ୍କଠାରୁ ହାରିବା ପରେ ତୀରନ୍ଦାଜ ଅତନୁ ଦାସ ଭାରତବାସୀଙ୍କୁ ଟ୍ୱିଟ କରି କ୍ଷମା ମାଗିଛନ୍ତି।
କ୍ଷମା କରିଦେଵ ଭାରତବାସୀ, ମୁଁ ଏହି ଅଲିମ୍ପିକ୍ସରେ ଗୌରବ ଆଣି ପାରିଲି ନାହିଁ | କିନ୍ତୁ ଆମେ ପାଇଥିବା ସମର୍ଥନ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ସହ ରହିଛି | ଆମେ ଆଗକୁ ବଢିବା ଉଚିତ୍, ଅନ୍ୟ କିଛି କହିବାର ନାହିଁ | ଜୟ ହିନ୍ଦ ବୋଲି ଅତନୁ ତାଙ୍କ ଟ୍ୱିଟରେ କହିଛନ୍ତି।
Sorry INDIA🙏🏼, I couldn’t bring glory in this Olympics. But the support we get from @Media_SAI@indian_archery TOPS, @OGQ_India Is fantastic till now. We should keep moving forward, else nothing to say. Jai hind🇮🇳 pic.twitter.com/Kqqm03nt8r
— TheAtanuDas (@ArcherAtanu) July 31, 2021
ଏହା ସହ ମ୍ୟାଚ ହାରିବା ପରେ ସେ କହିଛନ୍ତି ଯେ, କେବେ ବି ବିରତି ନେବାକୁ ସୁଯୋଗ ମିଳେ ନାହିଁ | ସବୁବେଳେ ପରୀକ୍ଷା ଏବଂ ପ୍ରତିଯୋଗିତା ଚାଲିଥାଏ | ବିବାହ ପରେ ଆମେ ପ୍ରକୃତରେ କୌଣସି ସ୍ଥାନକୁ ଯିବାକୁ ସକ୍ଷମ ହୋଇ ନାହୁଁ | ଆମେ ଆମର ଘର ତିଆରି କରିଥିଲୁ କିନ୍ତୁ ଆମେ ଏବେ ପର୍ଯ୍ୟନ୍ତ ଘରକୁ ଯାଇ ପାରି ନାହୁଁ | ଘରକୁ ଯିବା ଆଠ ମାସ ବିତିଗଲାଣି | କୋଭିଡ୍ ମଧ୍ୟ ଏକ କାରଣ | କିନ୍ତୁ ହଁ, କେବେ ବି ବିରତି ହୁଏ ମିଳେ ନାହିଁ, ଏହା ତୀରନ୍ଦାଜ, ତୀରନ୍ଦାଜ ସର୍ବଦା |