ଭାଇରାଲ ହେଉଛି ଧୋନିଙ୍କ ମହାଦେବ ରୂପ

ମୁମ୍ବାଇ: ପଡ଼ିଆରେ ଚଉକା ଛକା ମାରୁଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଖୁବଶୀଘ୍ର ଏକ ନୂଆ ରୂପରେ ସାମ୍ନାକୁ ଆସିବେ। ସୋସିଆଲ ମିଡିଆରେ ମାହି ତାଙ୍କ ଅପ୍‌କମିଂ ଗ୍ରାଫିକ୍‌ ନୋବେଲ ଅଥର୍ବ ନ ଓରିଜିନର ଟିଜର ରିଲିଜ ସେୟାର କରିଛନ୍ତି।

ଏହି ଟିଜରରେ ଧୋନିଙ୍କୁ ଆନିମେଟେଡ୍ ଅବଜର ରୂପରେ ଦେଖିବାକୁ ମିଳୁଛି। ଏହି ରୂପ ଦେଖି ଧୋନିଙ୍କ  ଫ୍ୟାନ୍‌ମାନେ ଉତ୍ସାହିତ ହୋଇଯାଇଛନ୍ତି। ଏହି ରୂପକୁ ଦେଖି ଧୋନିଙ୍କ ଫ୍ୟାନମାନେ ତାଙ୍କୁ ସୁପରହିରୋ ବୋଲି କହୁଛନ୍ତି।

ଏହି ସିରିଜର କାହାଣୀର ପ୍ରତିଟି ଦିଗକୁ ଦୃଷ୍ଟିରେ ରଖି ହୃଦୟସ୍ପର୍ଶୀ କରାଯାଇଛି। । ଯାହାକି ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ। ଏହି ସିରିଜ ପାଇଁ ଧୋନି ଅନେକ ଦିନ ହେବ କାମ କରୁଥିବା ବେଳେ ତାଙ୍କୁ ବହୁ ପରିଶ୍ରମ କରିବାକୁ ବି ପଡ଼ିଛି। ସିରିଜର ଲେଖକ ହେଉଛନ୍ତି ରମେଶ ଥମିଲମନି।

ଧୋନି ମୁଣ୍ଡରେ ଜଟା ଓ ହାତରେ ବଡ ଖଣ୍ଡା ଧରି ଯୁଦ୍ଧ ପଡ଼ିଆରେ ଏକାକି ଅନେକ ରାକ୍ଷସମାନଙ୍କ ସଂହାର କରୁଥିବା ନଜର ଆସିଛନ୍ତି।

ଧୋନିଙ୍କ ଏହି ଆନିମେଟେଡ୍‌ ଲୁକ୍‌ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ସୁପରହିରୋ ବୋଲି କହୁଛନ୍ତି। ଧୋନି ଏଣ୍ଟରଟେନ୍‌ମେଣ୍ଟ ଦାୟିତ୍ୱରେ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ଧୋନି ଅଛନ୍ତି।

ସମ୍ବନ୍ଧିତ ଖବର