ମୁମ୍ବାଇ : ରବିବାର ଥିଲା ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ୍ ରାହୁଲଙ୍କ ୨୯ତମ ଜନ୍ମଦିବସ। ଏହି ଅବସରରେ ତାଙ୍କ ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ରାହୁଲଙ୍କ ସହ ଉଠାଇଥିବା ଦୁଇଟି କୌତୁକିଆ ଫଟୋ ପ୍ରକାଶ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଆଥିୟା।
/sambad/media/post_attachments/wp-content/uploads/2021/04/Athiya-a.jpg)
ଏହି ଫଟୋ ଦୁଇଟିରେ ରାହୁଲ ଓ ଆଥିୟା ଆଇନା ସମ୍ମୁଖରେ ଠିଆ ହୋଇ ମଜାଦାର ପୋଜ୍ ଦେଇଛନ୍ତି। ଫଟୋ ଦୁଇଟି ତଳେ ଆଥିୟା ଲେଖିଥିଲେ ଯେ ତୁମ ପ୍ରତି ସବୁବେଳେ କୃତଜ୍ଞ ରହିବି, ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ଓ ରାହୁଲଙ୍କ ନିକଟତମ ବନ୍ଧୁ ହାର୍ଦିକ ପାଣ୍ଡ୍ୟା ଓ ଆଥିୟାଙ୍କ ସୁପରଷ୍ଟାର ପିତା ସୁନିଲ ସେଟ୍ଟୀ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Athiya-f.jpg)