ରାହୁଲଙ୍କ ସହ ଇଂଲଣ୍ଡ‌ରେ ଆଥିୟା!

ନୂଆଦିଲ୍ଲୀ, ୧୧ା୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଏବଂ ଘରୋଇ ଦଳ ବିପକ୍ଷ ‌ଟେଷ୍ଟ୍‌ ଶୃଙ୍ଖଳା ଲାଗି ସଂପ୍ରତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ରାହୁଲଙ୍କ ସହ ତାଙ୍କ ପ୍ରେମିକା ଆଥିୟା ସେଟ୍ଟୀ ଗୁରୁବାର ନିଜ ଇନ୍‌ଷ୍ଟାଗ୍ରାମ‌ ପୃଷ୍ଠାରେ ଏକ ମନୋକ୍ରୋମ ଫଟୋ ପୋଷ୍ଟ କରିଛନ୍ତି। ‌ଏହି ଫଟୋରେ ଆଥିୟା ଷ୍ଟାଡିୟମ ନିକଟରେ ଠିଆ ହୋଇଛନ୍ତି ଏବଂ ପୃଷ୍ଠଭୂମିରେ ବ୍ୟାରିକେଡ୍ ରହିଥିବା ଦେଖାଯାଇଛି।

ଏହି ଫଟୋ ପୋଷ୍ଟ ହେବା ପରେ ରାହୁଲଙ୍କ ସହ ଆଥିୟା ଇଂଲଣ୍ଡ ଗସ୍ତ କରିଛନ୍ତି କି ନାହିଁ ଜାଣିବାକୁ ଉଭୟଙ୍କ ପ୍ରଶଂସକ ତତ୍ପର ହୋଇଥିଲେ। ଏହାର ମୁଖ୍ୟ କାରଣ ହେଲା ରବିବାର ରାହୁଲ ଏହି ସମାନ ପରି ଦେଖାଯାଉଥିବା ପୃଷ୍ଟଭୂମିରେ ନିଜର ଏକ ‌ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହି ‌ଫଟୋରେ ଥିବା ପୃଷ୍ଠଭୂମି ଏବଂ ଆଥିୟାଙ୍କ ଫଟୋର ପୃଷ୍ଟଭୂମି ସମାନ ଦେଖାଯାଉଥିବାରୁ ପ୍ରଶଂସକଙ୍କ ଏଭଳି ପ୍ରଶ୍ନ ଉପୁଜିଥିଲା। ହେଲେ ସତରେ ରାହୁଲଙ୍କ ସହ ଆଥିୟା ଇଂଲଣ୍ଡ ଗସ୍ତ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସୂଚନା‌ଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଇଂଲଣ୍ଡ ଗସ୍ତରେ ଖେଳାଳିମାନେ ସେମାନଙ୍କ ପତ୍ନୀ ଓ ପ୍ରେମିକାଙ୍କୁ ସାଥୀରେ ନେବା ଲାଗି ଅନୁମତି ଦେଇଥିଲା।

ସମ୍ବନ୍ଧିତ ଖବର