ମୁମ୍ବାଇ:ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ବିବାହ ଚଳିତବର୍ଷ ଜାନୁଆରି ୨୩ରେ ହିନ୍ଦୁ ଋୀତିନୀତି ଅନୁଯାୟୀ ସୁନୀଲ ସେଟ୍ଟିଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସମ୍ପର୍ଣ୍ଣ ହୋଇଥିଲା।
ବିବାହ ପରେ ଆଥିୟା ଓ କେଏଲ ବେଶ ହସଖୁସିରେ ତାଙ୍କ ବୈବାହିକ ଜୀବନ ବିତାଉଥିବା ବେଳେ କ୍ରିକେଟଙ୍କ ଘରକୁ ଖୁବଅଳ୍ପ ଦିନ ଭିତରେ ଜଣେ କୁନି ଅତିଥିଙ୍କ ଆଗମନ ହେବ ବୋଲି ସ୍ତ୍ରୀ ଆଥିୟା ଖୁସି ଖବର ଦେଇଛନ୍ତି।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆଥିୟା ସୂଚନା ଦେଇ କହିଛନ୍ତି,‘ମୁଁ ଖୁବଶୀଘ୍ର ମା’ ହେବାକୁ ଯାଉଛି।’
ଏଥିସହିତ ଆଥିୟା ଓ କେଏଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ ଆମର ସୁନ୍ଦର ଆର୍ଶୀବାଦ ଖୁବଶୀଘ୍ର ଆସୁଛି। ୨୦୨୫।’
ଆଥିୟା ଓ କେଏଲଙ୍କ ଏହି ଖୁସିଖବରର ପୋଷ୍ଟ ପରେ ଉଭୟଙ୍କ ଫ୍ୟାନ୍ସ,, ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ମହଲରେ ଉତ୍ସାହ ଖେଳି ଯାଇଛି। ସମସ୍ତେ ଆଥିୟା ଓ କେଏଲଙ୍କୁ ଶୁଭକାମନା ଜଣାଇବା ସହିତ ଆଥିୟାଙ୍କୁ ତାଙ୍କର ପୁରାପୁରି ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/08/KyTo1MwDcQJPJWjyAwkL.jpg)