ମୁମ୍ବାଇ: ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଅଧିନାୟକ କେଏଲ୍ ରାହୁଲଙ୍କର ସୋମବାର ଥିଲା ୩୦ତମ ଜନ୍ମ ଦିବସ। ଏହି ଅବସରରେ ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ତାଙ୍କୁ ରୋମାଣ୍ଟିକ୍ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ରାହୁଲଙ୍କ ସହ ଛୁଟି କଟାଉଥିବାର ଫଟୋ ପ୍ରକାଶ କରି ଆଥିୟା ଲେଖିଥିଲେ ଯେ ସବୁବେଳେ, ସବୁ ସମୟରେ ତୁମ ସହ ଅଛି ଓ ରହିବି, ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା। ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଦଳ ମଧ୍ୟ ରାହୁଲଙ୍କ ଜନ୍ମଦିନକୁ ବେଶ୍ ଧୁମ୍ଧାମରେ ପାଳନ କରିଥିଲା। ରବିବାର ମଧ୍ୟରାତ୍ରରେ ଆୟୋଜିତ ଜନ୍ମିଦିନ ଉତ୍ସବରେ ସାଥୀ ଖେଳାଳିଙ୍କ ଗହଣରେ କେକ୍ କାଟିଥିଲେ ସେ। ସାଥୀ ଖେଳାଳିମାନେ ମିଳିତ ଭାବେ ରାହୁଲଙ୍କ ମୁହଁରେ କେକ୍ ବୋଲି ଏହି ଉତ୍ସବକୁ ଆହୁରି ସ୍ମରଣୀୟ କରି ଦେଇଥିଲେ।
ରାହୁଲଙ୍କୁ ଆଥିୟାଙ୍କ ରୋମାଣ୍ଟିକ୍ ଜନ୍ମଦିନ ଶୁଭେଚ୍ଛା
/sambad/media/post_attachments/wp-content/uploads/2022/04/65s4hf65f4s65hffhsfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)