ପୂର୍ବାଞ୍ଚଳ କନିଷ୍ଠ ଦୌଡକୁଦ: ପ୍ରଥମ ଦିନ ଓଡ଼ିଶାକୁ ୫ ସ୍ବର୍ଣ୍ଣ

କଟକ: ରାଞ୍ଚିଠାରେ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୫ ସ୍ବର୍ଣ୍ଣ ସହ ମୋଟ ୨୨ ପଦକ ମିଳିଛି। ୧୮ ବର୍ଷରୁ କମ୍‌ ବାଳକ ସଟ୍‌ପୁଟରେ ଲକ୍‌ଚୁମନ୍‌ ଶର୍ମା, ୨୦ ବର୍ଷରୁ କମ୍‌ ବାଳକ ଉଚ୍ଚ ଡିଆଁରେ ସ୍ବାଧୀନ କୁମାର ମାଝୀ, ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଦୀପାଳି ମହାପାତ୍ର, ୨୦ ବର୍ଷରୁ କମ୍‌ ବାଳକ ୧୫୦୦ ମିଟର ଦୌଡ଼ରେ ଭୀମସେନ୍‌ ଜାନକା ଓ ୪ ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ଶାନ୍ତନୁ ପଟିଆର, ସରୁଣ ପ୍ରୟାସସି˚ହ, ବିଜୟ ଖାଲ୍‌କୋ, ସାହିଲ କିରୋଙ୍କ ଯୋଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏମାନଙ୍କ ବ୍ୟତୀତ ୨୦ ବର୍ଷରୁ କମ୍‌ ବାଳକ ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌, ସଟ୍‌ପୁଟରେ ଦିଲ୍ଲୀପ କୁମାର ସେନାପତି, ୪୦୦ ମିଟର ଦୌଡ଼ରେ ସାହିଲ କିରୋ, ୧୬ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣଲତା ଶର୍ମା, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁମିତା ଦେବ, ୨୦ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟରେ ପ୍ରିୟଙ୍କା ଟପ୍ପୋ, ୩୦୦୦ ମିଟର ଦୌଡ଼ରେ ପ୍ରଭାତୀ ମାଝୀ, ୧୦୦ ମିଟର ଦୌଡ଼ରେ ମନୀଷା ମେରେଲ, ଡିସ୍‌କସ୍‌ରେ ସୁକାନ୍ତି ସି˚ହ, ୧୮ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ସୁଖୀ ବାସ୍କେ, ୪ ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ଦୀପାଳି ମହାପାତ୍ର, ପ୍ରିୟଙ୍କା ଟପ୍ପୋ, ମନୀଷା ମେରେଲ, ସବିତା ହେମ୍ବ୍ରମ୍‌ଙ୍କୁ ରୌପ୍ୟ ପଦକ ମିଳିଛି। ୧୬ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟରେ ନେତ୍ରମଣୀ ସି˚ହ, ୧୦୦ ମିଟର ବାଧାଦୌଡ଼ରେ ସବିତା ଟପ୍ପୋ, ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ପ୍ରିୟଙ୍କା ଟପ୍ପୋ, ସଟ୍‌ପୁଟରେ ସୁକାନ୍ତି ସି˚ହ, ୧୮ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ମନୋଜ ଓରାମ, ୨୦ ବର୍ଷରୁ କମ୍‌ ବାଳକ ଡିସ୍‌କସ୍‌ରେ ଅଭିଷେକ ପଣ୍ତା କା˚ସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୫ ବାଳିକା ଓ ୨୫ ବାଳକ କ୍ରୀଡାବିତ୍‌ ଅ˚ଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର