କଟକ : ବାରବାଟୀ ଷ୍ଟାଡିୟମରେ ବୁଧବାରଠୁ କଟକ ଜିଲ୍ଲା ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କଟକ ଜିଲ୍ଲା କ୍ରୀଡ଼ା ସ˚ସଦ ଆନୁକୂଲ୍ୟରେ ଦୁଇ ଦିନଧରି ଚାଲିବାକୁଥିବା ଏହି ପ୍ରତିଯୋଗିତାକୁ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଶୀର୍ବାଦ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଥମ ଦିନରେ ପୁରୁଷ ୧୦୦ ମିଟର ଦୌଡ଼ରେ କାମାକ୍ଷା ନାୟକ, ୮୦୦ ମିଟର ଦୌଡ଼ରେ କିରଣ ବିଶ୍ବାଳ, ୫୦୦୦ ମିଟର ଦୌଡ଼ରେ ଭୀମସେନ ଜାନକା, ୪୦୦ ମିଟର ବାଧାଦୌଡ଼ରେ ସ୍ମୃତିର˚ଜନ ମହାନ୍ତି, ଲମ୍ବଡିଆଁରେ ଜଗନ୍ନାଥ ମନ୍ତ୍ରୀ, ସଟ୍ପୁଟରେ ହରି ବେହେରା, ଜାଭେଲିନ୍ରେ ରାକେଶ କୁମାର ନାୟକ ଏବ˚ ମହିଳା ବର୍ଗର ୧୦୦ ମିଟର ଦୌଡ଼ରେ ବିନତୀ ବେହେରା, ୮୦୦ ମିଟର ଦୌଡ଼ରେ ପାୟଲ ବିଶ୍ବାଳ, ୫୦୦୦ ମିଟର ଦୌଡ଼ରେ ପ୍ରିୟଙ୍କା ଜେନା, ୪୦୦ ମିଟର ବାଧାଦୌଡ଼ ଓ ଉଚ୍ଚଡିଆଁରେ ଲକ୍ଷ୍ମୀପ୍ରିୟା ରାଉତ, ୧୦ହଜାର ମିଟର ଚାଲିରେ ପ୍ରିୟଙ୍କା ମହାଳିକ, ଡିସ୍କସ୍ରେ ସୁକାନ୍ତି ସି˚ହ, ଜାଭେଲିନ୍ରେ ପ୍ରିୟଙ୍କା ଟପ୍ପୋ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଅନ୍ୟ ବୟସ ବର୍ଗ ମଧ୍ୟରେ ବାଳକ ୧୪ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ଓ ଉଚ୍ଚ ଡିଆଁରେ ବେଣୁଧର ପୁଜାରି, ୬୦୦ ମିଟର ଦୌଡ଼ରେ ଧନ ସୋରେନ୍, ସଟ୍ପୁଟରେ ଓମ୍କାର ପ୍ରସାଦ ନନ୍ଦ, ଟ୍ରାଇଥଲନ୍ରେ ଅଙ୍କିତ କୁମାର ସାହୁ, ୧୬ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ସରୋଜ ଦାଶ, ୮୦୦ ମିଟର ଦୌଡ଼ରେ ବିଶ୍ବଜିତ ପ୍ରଧାନ, ସଟ୍ପୁଟରେ ବରୁଣ ରାଉତ, ଜାଭେଲିନ୍ରେ ପ୍ରଭଞ୍ଜନ ମହାରଣା, ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଅଭିଷେକ ଦଳବେହେରା, ୮୦୦ ମିଟର ଦୌଡ଼ରେ ଜଗମୋହନ ପୃଷ୍ଟି, ୪୦୦ ମିଟର ବାଧାଦୌଡ଼ରେ ବାପୁନ ହା˚ସଦା, ଲମ୍ବଡିଆଁରେ ସ୍ପନ୍ଦନ ସ୍ବାଇଁ, ସଟ୍ପୁଟରେ ସମୀର କୁମାର ଲେଙ୍କା, ଜାଭେଲିନ୍ରେ ସ୍ମାରକ ଜାଲି, ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ କୁଶ କୁମାର, ୪୦୦ ମିଟର ଦୌଡ଼ରେ ଦୀପୁ ହାଲଦାର, ୮୦୦ ମିଟର ଦୌଡ଼ରେ ପ୍ରଣବ ଦାସ, ୫୦୦୦ ମିଟର ଦୌଡ଼ରେ ଆକାଶ ସି˚ହ, ୪୦୦ ମିଟର ବାଧାଦୌଡ଼ରେ ବିନ୍ମୟ କୁମାର ସାହୁ, ଲମ୍ବଡିଆଁରେ ଅବଦୁଲ ଇମ୍ତିଆଜ ଖାନ୍, ସଟ୍ପୁଟରେ ଲଚୁମନ ଶର୍ମା, ଜାଭେଲିନ୍ରେ ଅନିର୍ବାଣ ଜେନା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ବାଳିକା ୧୪ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ପ୍ରିୟଦର୍ଶିନୀ ବେହେରା, ୬୦୦ ମିଟର ଦୌଡ଼ ଓ ଲମ୍ବଡିଆଁରେ ଶ୍ରେୟା ପ୍ରିୟଦର୍ଶିନୀ, ଉଚ୍ଚଡିଆଁରେ କଲ୍ୟାଣୀ ଦାସ, ଟ୍ରାଇଥଲନ୍ରେ ରଶ୍ମୀରେଖା ସାହୁ, ୧୬ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଅମ୍ରିତା ବାରିକ, ୪୦୦ ମିଟର ଦୌଡ଼ରେ ସୃତିପ୍ରଭା ବେହେରା, ୮୦୦ ମିଟର ଦୌଡ଼ରେ କୀର୍ତ୍ତି ଧୀର, ୩୦୦୦ ମିଟର ଚାଲିବାରେ ଇପ୍ସିତା ଜାଲି, ଲମ୍ବଡିଆଁରେ ମାନସ୍ମିତି ସଏ, ଉଚ୍ଚଡିଆଁରେ ପ୍ରିୟଙ୍କା ବେହେରା, ଡିସ୍କସ୍ରେ ଅମ୍ରିନ୍ ବେଗମ୍, ଜାଭେଲିନ୍ରେ ଲଳିତା ଟୁଡୁ, ୧୮ ବର୍ଷରୁ କମ୍ ୧୦୦ ମିଟର ବାଳିକାରେ ଶୁଭଲକ୍ଷ୍ମୀ ପଟ୍ଟନାୟକ, ୮୦୦ ମିଟର ଦୌଡ଼ରେ ସ୍ବାତୀ ଉପାଧ୍ୟାୟ, ୩୦୦୦ ମିଟର ଚାଲିରେ ଟିନା ମଲ୍ଲିକ, ଉଚ୍ଚଡିଆଁରେ ସୋନାଲି ସନ୍ଦିପ୍ତା ନାୟକ, ଡିସ୍କସ୍ରେ ଜାହ୍ନବୀ ତ୍ରିପାଠୀ, ଜାଭେଲିନ୍ରେ ଧନମତି ଖେସ୍, ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ଅପର୍ଣ୍ଣା ପରିଡ଼ା, ୪୦୦ ମିଟର ଦୌଡ଼ରେ ପୁନମ ମହାନ୍ତି, ୮୦୦ ମିଟର ଦୌଡ଼ରେ ମନିଷା ପ୍ରଧାନ, ୫୦୦୦ ମିଟର ଦୌଡ଼ରେ ଶ୍ବେତା କୁଜୁର, ୪୦୦ ମିଟର ବାଧାଦୌଡ଼ରେ ପ୍ରିୟଙ୍କା ଟପ୍ପୋ, ୧୦ହଜାର ମିଟର ଚାଲିରେ ତେଜସ୍ବିନୀ କିସ୍ପୋଟା, ଉଚ୍ଚଡିଆଁ ଓ ଜାଭେଲିନ୍ରେ ମୋନିକା କୁଜୁର, ଡିସ୍କସ୍ରେ ଶୁଭଦ୍ରା ମହାନ୍ତି ପ୍ରଥମ ସ୍ଥାନରେ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ctc-2.jpg)