ଦୂତିଙ୍କ ନାଁରେ ଆଥ୍‌ଲେଟିକ୍‌ ଟ୍ରାକ୍‌

ନିର୍ମାଣ ହେବ ବଲିଉଡ୍‌ ଚଳଚ୍ଚିତ୍ର

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ତଥା କିଟ୍‌ ଛାତ୍ରୀ ଦୂତି ଚାନ୍ଦଙ୍କୁ ମଙ୍ଗଳବାର କିଟ୍‌ ଓ କିସ୍‌ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ନାପୋଲିରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼‌ାରେ ସ୍ବର୍ଣ୍ଣ ଜିତିବାରେ ଦୂ୍ତି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ‌ମଙ୍ଗଳବାର ଆୟୋଜିତ ଏହି ସମ୍ବର୍ଧନା ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଦୂତିଙ୍କ ପ୍ରଶିକ୍ଷକ ଏନ୍‌ ରମେଶ, କିଟ୍‌ ବିଶ୍ବବିଦ୍ୟାଳୟର କୁଳପତି ହୃଷିକେଶ ମହାନ୍ତି, କୁଳସଚିବ ସସ୍ମିତାରାଣୀ ସାମନ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଦୂତିଙ୍କ ନାମରେ ଏକ ଆଥ୍‌ଲେଟିକ ଟ୍ରାକ ନାମିତ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। କିଟ୍‌ ପରିସରରେ ନିର୍ମାଣାଧୀନ ଅଥ୍‌ଲେଟିକ୍‌ ଟ୍ରାକ୍‌ ‌ସମ୍ପୂର୍ଣ୍ଣ ହେବା ପରେ ଏହା ତାଙ୍କ ନାମରେ ନାମିତ ହେବ। ଏଥିସହ ଭବିଷ୍ୟତରେ କିଟ୍‌ ଓ କିସ୍‌ ପକ୍ଷରୁ ପ୍ରତିଷ୍ଠା କରାଯିବାକୁ ଥିବା ଆଥ୍‌ଲେଟିକ୍‌ ଏକାଡେମିରେ ଦୂତିଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର