ଧୋନିଙ୍କ ପାଇଁ ନିରବ ମାହୋଲ

ଶେଷ ବିଶ୍ବକପ୍‌ ଖେଳିଥିବା ମହେନ୍ଦ୍ର ସିଂହ ଧୋନି ବୁଧବାର ଆଉଟ୍ ହୋଇ ଡ୍ରେସିଂ ରୁମ୍‌କୁ ଆସିବା ବେଳେ ମାହୋଲ ସମ୍ପୂର୍ଣ୍ଣ ନିରବରେ ଭରିଯାଇଥିଲା। ଧୋନିଙ୍କୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ସାଥି ଖେଳାଳିମାନେ ସ୍ବାଗତ କରୁଥିଲେ। କିନ୍ତୁ ସମସ୍ତଙ୍କ ମୁହଁ ତଳମୁହାଁ ଥିଲା। ମର୍ମାହତ ଓ ଦୁଃଖରେ ବୁଡ଼ି ସାରିଥିଲେ ସଭିଏଁ।

ସାକ୍ଷୀଙ୍କ ପ୍ରାର୍ଥନା
ଭାରତ ପଶ୍ଚାତଧାବନ କରୁଥିବାବେଳେ କୋଟି କୋଟି ଭାରତୀୟ ପୂଜା ଓ ପ୍ରାର୍ଥନାରେ ଲିପ୍ତ ରହିଥିଲେ। ମାଞ୍ଚେଷ୍ଟର ପଡିଆରେ କିନ୍ତୁ ଉପସ୍ଥିତ ଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ପ୍ରାର୍ଥନା ସମସ୍ତଙ୍କ ନଜରକୁ ଆସିଥିଲା। ‌ଧୋନି ଅର୍ଧଶତକ ପୂର୍ଣ୍ଣ କରିବା ମାତ୍ରେ ରନ୍ ଆଉଟ୍ ‌ହୋଇଯିବା ବେଳେ ସାକ୍ଷୀ ମୁଣ୍ଡରେ ‌ହାତ ଦେଇ ବସି ପଡ଼ିଥିଲେ। ଭାରତର ଅଭିଯାନ ମଧ୍ୟ ସେହିଠାରେ ଶେଷ ହୋଇଯାଇଥିଲା।

ସମ୍ବନ୍ଧିତ ଖବର