ଏଟିପି ଫାଇନାଲ୍‌ସ ସୂଚୀ ପ୍ରସ୍ତୁତ

କଷ୍ଟସାଧ୍ୟ ଗ୍ରୁପ୍‌ରେ ନାଦାଲ

ପ୍ୟାରିସ : ବର୍ଷ ଶେଷ ଟେନିସ ପ୍ରତିଯୋଗିତା ଏଟିପି ଫାଇନାଲ୍ସ ଲାଗି ସୂଚୀ ‌ଶୁକ୍ରବାର ପ୍ରସ୍ତୁତ ହୋଇଛି। ଏହି ପ୍ରତିଯୋଗିତା‌ରେ ବିଶ୍ବର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୮ ଖେଳାଳି ଭାଗ ନେଉଥିଲା ବେଳେ ଏମାନଙ୍କୁ ଦୁଇଟି ଗ୍ରୁପ୍‌ ଟୋକିଓ ୧୯୭୦ ଓ ଲଣ୍ଡନ ୨୦୨୦ ନାମରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଖେଳାଳି ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିଆର ନୋଭାକ ଜୋକୋଭିକ ଗ୍ରୁପ୍‌ ଟୋକିଓ ୧୯୭୦ରେ ଡାନିଏଲ୍‌ ମେଦଭେଦବ (ଚତୁର୍ଥ), ଆଲେକ୍‌ଜାଣ୍ଡର ଭେରଭ (ପଞ୍ଚମ) ଓ ଡିଏଗୋ ସ୍ବର୍ଜମ୍ୟାନ୍‌ (ଅଷ୍ଟମ)ଙ୍କ ସହ ରହିଛନ୍ତି। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ‌ସ୍ପେନ୍‌ର ରାଫେଲ ନାଦାଲ କଷ୍ଟସାଧ୍ୟ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ସେ ଲଣ୍ଡନ ୨୦୨୦ ଗ୍ରୁପ୍‌ରେ ଡୋମିନିକ ଥିମ୍‌ (ତୃତୀୟ), ‌ଷ୍ଟିଫାନୋସ ସିସିପାସ (ଷଷ୍ଠ) ଓ ଆଣ୍ଡ୍ରେ ରୁବଲେଭ (ସପ୍ତମ)ଙ୍କ ସହ ରହିଛନ୍ତି। ଅତିରିକ୍ତ ଭାବେ ଯଥାକ୍ରମେ ମାତିଓ ବର୍ତେନି, ଡେନିସ ସାପାଲୋଭା ଅଛନ୍ତି। ଯଦି କୌଣସି ଖେଳାଳି ଆହତ ଯୋଗୁଁ ବାଦ୍‌ ପଡ଼ନ୍ତି ତେବେ ଏମାନଙ୍କୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର