ମାଳଦ୍ବୀପରେ ଯୋଗ ଦିବସ କାର୍ଯ୍ୟକ୍ରମ ସମୟରେ ଆକ୍ରମଣ

ନୂ୍ଆଦିଲ୍ଲୀ : ଅନ୍ତର୍ଜାତୀୟ ଯୋଗ ଦିବ‌ସ ଉପଲକ୍ଷେ ମାଳଦ୍ବୀପ ରାଜଧାନୀ ମାଲେ ସ୍ଥିତ ଷ୍ଟାଡିୟମରେ ଭାରତୀୟ ଦୂତାବାସ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଏକ ଇସଲାମିକ କଠୋରପନ୍ଥୀ ଗୋଷ୍ଠୀ ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିଦେଇଛନ୍ତି। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାପାଇଁ ପୁଲିସ ଟିୟର ଗ୍ୟାସ୍‌ ଏବଂ ପିପର୍‌ ସ୍ପ୍ରେ କରିଛି। କୂଟନୀତିଜ୍ଞ, ସରକାରୀ ଅଫିସରଙ୍କ ସମେତ ୧୫ରୁ ଅଧିକ ଲୋକ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ‌‌ଯୋଗ ଦେବାବେଳେ ଇସଲାମିକ ଗୋଷ୍ଠୀ ପକ୍ଷରୁ ଅଂଶଗ୍ରହଣକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ସମ୍ପତ୍ତି ନଷ୍ଟ କରାଯାଇଥିଲା। ଯୋଗ ଇସଲାମ ଧର୍ମ ବିରୋଧରେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ କହିଛନ୍ତି, ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୋଲିହ କହିଛନ୍ତି।

ସମ୍ବନ୍ଧିତ ଖବର