ମୁମ୍ବାଇ: କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି କାରଣରୁ ଆଇପିଏଲ୍କୁ ନେଇ ଆଶଙ୍କା ଦେଖାଦେଇଥିବା ବେଳେ ସର୍ବାଧିକ ପ୍ରବଣ ଅଞ୍ଚଳ ମୁମ୍ବାଇରେ ନିର୍ଧାରିତ ମ୍ୟାଚ୍ଗୁଡ଼ିକ ଯଥାରୀତି ଖେଳାଯିବ। ଏଥି ପାଇଁ ଅନୁମତି ପ୍ରଦାନ କରିଦିଆଯାଇଛି। ତେବେ ବର୍ତମାନ ପାଇଁ ଖେଳାଳିଙ୍କ ଟିକାକରଣର ବ୍ୟବସ୍ଥା ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ। ଆଇପିଏଲ୍କୁ ଅନୁମିତି ପ୍ରଦାନ କରାଯାଇଛି। ମ୍ୟାଚ୍ଗୁଡ଼ିକ କଟକଣା ଭିତରେ ଖେଳାଯିବ, ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କୁ ପ୍ରବେଶ ମିଳିବ ନାହିଁ। କେବଳ ରିଲେ କରାଯାଇପାରିବ। ଖେଳାଳି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ନିଜକୁ ସମାନ ସ୍ଥାନରେ ଅଲଗା ରଖିବେ ବୋଲି ମଲିକ ପ୍ରକାଶ କରିଛନ୍ତି। ବିସିସିଆଇ ସମସ୍ତ ଆଇପିଏଲ୍ ଖେଳାଳିମାନଙ୍କୁ ଟିକା ପ୍ରଦାନ ଲାଗି ଦାବି କରିଥିବା ବେଳେ ଆଇସିଏମ୍ଆର୍ ନିୟମାବଳୀ ଅନୁସାରେ କେବଳ ୪୫ ବର୍ଷରୁ ଊର୍ଧ୍ବ ବ୍ୟକ୍ତିମାନେ ଟିକା ନେଇ ପାରିବେ। ନୂଆ ନିୟମାବଳୀ ଆସିବା ପରେ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରବିବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ଉପ ସଭାପତି ରାଜୀବ ଶୁକ୍ଳା ମଧ୍ୟ ଆଇପିଏଲ୍ ବିନା ବାଧାରେ ଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମହାରାଷ୍ଟ୍ର ସରକାର ସପ୍ତାହାନ୍ତ ଲକ୍ଡାଉନ୍ ଜାରି କରିବା ପରିପ୍ରେକ୍ଷୀରେ ଉପରୋକ୍ତ ମନ୍ତବ୍ୟମାନ ଆସିଛି।
ପଡିକଲ୍ ଖେଳିନପାରନ୍ତି ପ୍ରଥମ ମ୍ୟାଚ୍
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି)ର ଉଦୀୟମାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡିକଲ୍ ଦଳର ପ୍ରଥମ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିପାରନ୍ତି। ମାର୍ଚ୍ଚ ୨୨ ତାରିଖରେ କୋଭିଡ୍ ପଜିଟିଭ୍ ବାହାରିଥିବା ପଡିକଲ୍ ଏବେ ଏଥିରୁ କ୍ରମେ ମୁକ୍ତ ହେଉଛନ୍ତି। କିନ୍ତୁ ଏପ୍ରିଲ୍ ୯ ତାରିଖର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ ସେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ୧୪ ତାରିଖରେ ଖଳାଯିବାକୁ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ବେଳକୁ ଫିଟ୍ ହୋଇଯାଇଥିବେ ବୋଲି ବିଶ୍ବାସ କରାଯାଉଛି। ୨୦ ବର୍ଷୀୟ ପଡିକଲ୍ ଏବେ ନିଜ ବେଙ୍ଗାଲୁରୁ ଘରେ ରହିଛନ୍ତି ଏବଂ ନେଗେଟିଭ୍ ହୋଇନାହାନ୍ତି। ଗତବର୍ଷ ବିଳମ୍ବରେ ସୁଯୋଗ ପାଇଥିଲେ ମଧ୍ୟ ପଡିକଲ୍ ପଦାର୍ପଣ ଋତୁରେ ୪୭୩ ରନ୍ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ।
ମୁମ୍ବାଇ ଅଭିମୁଖେ ରବାଦା, ନର୍ଖିୟା
ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ସାମିଲ ହେବାକୁ ଦୁଇ ଦକ୍ଷିଣ ଆଫ୍ରିକୀୟ ଖେଳାଳି କାଗିସୋ ରବାଦା ଏବଂ ଅନରିକ୍ ନର୍ଖିୟା ଏବେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳି ଏମାନେ ଭାରତ ଆସୁଛନ୍ତି। ମୁମ୍ବାଇର ସିସିଆଇ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଅଭ୍ୟାସ କରୁଛି। ସହକାରୀ ପ୍ରଶିକ୍ଷକ ମହମ୍ମଦ କୈଫଙ୍କ ଅଧୀନରେ ଦଳ ପ୍ରଥମ ଅଭ୍ୟାସ ଶିବିର ସମ୍ପନ୍ନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଋଷଭ ପନ୍ତଙ୍କ ନେତୃତ୍ବରେ ଖେଳିବ। ଏପ୍ରିଲ୍ ୧୦ ତାରିଖରେ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ଖେଳି ଅଭିଯାନ ଆରମ୍ଭ କରିବ।
ଚେନ୍ନାଇ ପହଞ୍ଚିଲେ ହୋଲ୍ଡର
ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର୍ ଜାସନ୍ ହୋଲ୍ଡର ସୋମବାର ଚେନ୍ନାଇରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳା ଶେଷ ହେବା ମାତ୍ରେ ହୋଲ୍ଡର ଭାରତ ବାହାରି ଆସିଥିଲେ। ଖୁବ୍ ଶୀଘ୍ର ସେ ଡେଭିଡ୍ ୱାର୍ନରଙ୍କ ନେତୃତ୍ବାଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗଦେବେ। ଏବେ ସେ ୭ ଦିନିକିଆ ସଙ୍ଗରୋଧରେ ରହିବେ। ଗତବର୍ଷ ଶେଷ ୬ ମ୍ୟାଚ୍ରୁ ୫ଟି ଜିତି ହାଇଦ୍ରାବାଦ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଥିଲା। ଏପ୍ରିଲ୍ ୧୧ ତାରିଖରେ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳି ସନ୍ରାଇଜର୍ସ ହାଇଦ୍ରାବାଦ ଅଭିଯାନ ଆରମ୍ଭ କରିବ।
ମୁମ୍ବାଇରେ ଦର୍ଶକବିହୀନ ମ୍ୟାଚ୍କୁ ଅନୁମତି: ପଡିକଲ୍ ଖେଳିନପାରନ୍ତି ପ୍ରଥମ ମ୍ୟାଚ୍, ମୁମ୍ବାଇ ଅଭିମୁଖେ ରବାଦା, ନର୍ଖିୟା
ଚେନ୍ନାଇ ପହଞ୍ଚିଲେ ହୋଲ୍ଡର
/sambad/media/post_attachments/wp-content/uploads/2021/04/fdhdfdfdrtdrdhdh5456798456456458645456456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)