ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅରବିନ୍ଦ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍ରେ ଓସ୍କାର କ୍ରିକେଟ୍ କ୍ଲବ୍ ୫ ୱିକେଟ୍ରେ ପାରାମାଉଣ୍ଟ୍ (ଖ)କୁ ପରାସ୍ତ କରି କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି। ପାରାମାଉଣ୍ଟ୍ ୩୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ସିଦ୍ଧେଶ୍ବର ପରିଡ଼ା ୩୪ ଓ ସୟଦ ଜମାଲ ଅହମ୍ମଦ ୩୦ ରନ୍ କରିଥିଲେ। ଓସ୍କାର ପକ୍ଷରୁ ଶୋଭନ ଦେବ ବେହେରା ୪ ଓ ସାରାଂଶ ୩ ୱିକେଟ୍ ନେଇଥିଲେ। ଜବାବରେ ଓସ୍କାର ୨୮.୨ ଓଭରରେ ୫ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଜଗଦୀଶ ଦାସ ଅପରାଜିତ ୪୪ ଓ ବିଶ୍ବଜିତ ପ୍ରଧାନ ୩୨ ରନ୍ କରିଥିଲେ। ଆଦିତ୍ୟ ଅଗ୍ରୱାଲ ୩ ଓ ସୟଦ ତୁଫେଲ ୨ ୱିକେଟ୍ ପାଇଥିଲେ। ଶେଭାନ ଦେବ ବେହରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ଏମ୍ କୌଶିକ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ଉଦ୍ଘାଟନୀ ଉତ୍ସବରେ ରଘୁନାଥ ମିଶ୍ର ମୁଖ୍ୟ ଅତିଥି, ସୌର୍ଯ୍ୟରଂଜନ ପରିଜା, କେ ଶାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ର ପ୍ରତିଷ୍ଠାତା ସଭ୍ୟ ବିବେକାନନ୍ଦ ଦାସ, ଗଙ୍ଗାଧର ମାନସିଂ, କେସି ପାତ୍ର, ସଭାପତି ପ୍ରତାପ ଜେନା ଓ ସମ୍ପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ। ଆସନ୍ତାକାଲି ଦ୍ବିତୀୟ ପ୍ରିକ୍ବାର୍ଟର ଫାଇନାଲ୍ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ଓ ବିଶ୍ବଭାରତୀ ମଧ୍ୟରେ ଖେଳାଯିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp