ନୂଆଦିଲ୍ଲୀ :  ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ୩ୟ ଦିନିକିଆରେ ଭାରତକୁ ୪୩ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ । ଏହି ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ୪୧୩ ରନର ଏକ ବିଶାଳ ଟାର୍ଗେଟ ଧାର୍ଯ୍ୟ କରିଥିଲେ ବି ଭାରତ ସାହସର ସହିତ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଶତକ, ଦିପ୍ତି ଶର୍ମାଙ୍କ ୭୨ ରନ ଓ ହରମନପ୍ରିତ କୌରଙ୍କ ଅର୍ଦ୍ଧଶତକ ବଳରେ ୪୭ ତମ ଓଭରରେ ୩୬୯ ରନ କରି ଅଲଆଉଟ ହୋଇଯାଇଥିଲା । 

Advertisment

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ଭାରତ ଆଗରେ ୪୧୩ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍ ମୁନି ୧୩୮ ରନ, ଜର୍ଜିଆ ଭଲ୍ ୮୧ ରନ ଓ ଏଲିସି ପେରି ୬୮ ରନ କରିଥିଲେ । ଏତେ ବଡ଼ ସ୍କୋର କରିଥିଲେ ବି ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ୫୦ ଓଭର ଖେଳିପାରିନଥିଲା ଓ ୪୭.୫ ଓଭରରେ ଅଲଆଉଟ ହୋଇଯାଇଥିଲା । 

ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ସ୍ମୃତି ମାନ୍ଧାନାଙ୍କ ୫୦ ବଲରେ ଶତକ।  ଏହା ସହିତ ସେ ଏବେ ପୁରୁଷ ଓ ମହିଳା ବର୍ଗ ନିର୍ବିଶେଷରେ ଭାରତର ଦ୍ରୁତତମ ଦିନିକିଆ ଶତକ ଅର୍ଜନକାରୀରେ ପରିଣତ ହୋଇଛନ୍ତି । ନିଜର ଏହି ଇନିଂସରେ ସେ ମୋଟ ୧୨୫ ରନ କରିଥିଲେ, ଯେଉଁଥିରେ ୧୭ଟି ଚୌକା ଓ ୫ଟି ଛକା ଅନ୍ତର୍ଭୁକ୍ତ ।