ସିଡ୍ନି : ଅଷ୍ଟ୍ରେଲିଆ ଜଙ୍ଗଲରେ ସଂପ୍ରତି ଭୀଷଣ ନିଆଁ ଲାଗିଛି। ଏଥିରେ କୋଟି କୋଟି ଜୀବ ମୃତାହତ ହୋଇଛନ୍ତି। ବହୁ ତାରକା ଏଥିଲାଗି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ଜେଫ୍ ଥମ୍ପସନ୍ ବୁଧବାର ଏଥିରେ ସାମିଲ ହୋଇଛନ୍ତି। ଥମ୍ପସନ୍ ଏହି ଭୟାବହ ଅଗ୍ନିକାଣ୍ଡ ପୀଡ଼ିତଙ୍କ ସହାୟତା ପାଇଁ ନିଜ ପ୍ରିୟ ସବୁଜ ଟୋପି ଏବଂ ସ୍ବେଟର ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଲାମରୁ ଉପାର୍ଜିତ ଅର୍ଥ ସଂପୂର୍ଣ୍ଣ ଭାବେ ଜଙ୍ଗଲ ନିଆଁ ପୀଡ଼ିତଙ୍କୁ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ନିଲାମ ଲୟଡ୍ସ ଅକ୍ସନ ନାମକ ଏକ କଂପାନି କରିବ ବୋଲି ଜଣାପଡ଼ିଛି। ଥମ୍ପସନ୍ ଏଥିନେଇ କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ୍ ଦଳରେ ଖେଳୁଥିଲା ବେଳେ ମିଳିଥିବା ଟୋପି ଓ ସ୍ବେଟର ମୋର ବହୁତ ପ୍ରିୟ। ତଥାପି ମୁଁ ଏହାକୁ ନିଲାମ କରି ଜଙ୍ଗଲ ନିଆଁ ପୀଡ଼ିତଙ୍କ ପାଇଁ କିଛି କରିବାକୁ ଚାହୁଁଛି। ଏହା ପୂର୍ବରୁ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ସ୍ପିନର ସେନ୍ ୱାର୍ନ ମଧ୍ୟ ନିଜ ଟୋପି ନିଲାମ ପାଇଁ ଦେଇସାରିଛନ୍ତି। ସେହିଭଳି ଚଳିତ ବିଗବାସ୍ ଲିଗରେ ମାରିଥିବା ପ୍ରତ୍ୟେକ ଛକା ପିଛା ୨୫୦ ଡଲାର ଦାନ କରିବାକୁ ଅଷ୍ଟ୍ରେଲିଆର ଦୁଇଯୁବ ତାରକା ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଡାର୍କି ସଟ୍ ଘୋଷଣା କରିସାରିଛନ୍ତି।
ଟୋପି ଓ ସ୍ବେଟର ନିଲାମ କଲେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ଜେଫ୍ ଥମ୍ପସନ୍
/sambad/media/post_attachments/wp-content/uploads/2020/01/Jeff-Thomson-Baggy-Green-Twitter-@cricketcomau-social.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)