୧୭ ବର୍ଷ ତଳେ ଆଜିର ଦିନରେ ଅଷ୍ଟ୍ରେଲିଆ ବିରୋଧରେ ଏକୁଟିଆ ୧୯୫ ରନ କରିଥିଲେ ସେହଓ୍ବାଗ

ମେଲବୋର୍ଣ୍ଣ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ୨ୟ ଟେଷ୍ଟର ପ୍ରଥମ ଦିନରେ ହିଁ କଙ୍ଗାରୁ ଦଳକୁ ୧୯୫ ରନରେ ଅଲଆଉଟ୍ କରିଦେଇଛି ।

କିନ୍ତୁ ଆଜିକୁ ଠିକ ୧୭ ବର୍ଷ ତଳେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହଓ୍ବାଗ ମେଲବୋର୍ଣ୍ଣଠାରେ ଇତିହାସ ସୃଷ୍ଟି କରିଥିଲେ । ୨୦୦୩ ଡିସେମ୍ବର ୨୬ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେହଓ୍ବାଗ ଏକାକି ୧୯୫ ରନ କରିଥିଲେ ।  ନିଜର ଏହି ବୀରତ୍ବପୂର୍ଣ୍ଣ ଇନିଂସରେ ସେ ୨୩୩ ବଲ ଖେଳି ୫ଟି ଛକା ଓ ୨୫ଟି ଚୌକା ମାରିଥିଲେ । ତେବେ ନିଜର ସ୍କୋର ୧୯୫ ହୋଇଥିବା ବେଳେ ସେହଓ୍ବାଗ ଏକ ଛକା ମାରିବାକୁ ଯାଇ ବ୍ରାକେନଙ୍କ ହାତରେ ଧରା ପଡ଼ିଥିଲେ । ଏହି ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲେ ମଧ୍ୟ ସେହଓ୍ବାଗଙ୍କ ଲଢୁଆ ଇନିଂସ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିଲା ।

ନିଜର ଏହି ଇନିଂସକୁ ସେହଓ୍ବାଗ ଟ୍ବିଟ କରି ସ୍ମୃତିଚାରଣ କରିଛନ୍ତି । ସେ ଲେଖିଛନ୍ତି ଯେ ଆଜିର ଦିନରେ ତାଙ୍କ ପ୍ରଥମ ଅଷ୍ଟ୍ରେଲିଆ ଗସ୍ତର ଅନେକ ଅଭୁଲା ସ୍ମୃତି ରହିଛି । ମାତ୍ର ୫ ୟାର୍ଡ ପାଇଁ ଏକ ଛକାରୁ ସେ ବଞ୍ଚିତ ହୋଇଥିଲେ (ଓ ଆଉଟ ହୋଇଥିଲେ) । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ଉକ୍ତ ମ୍ୟାଚ ଜିତିଥିଲେ ଭଲ ହୋଇଥାନ୍ତା ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧିତ ଖବର