୩ୟ ଦିନିକିଆ : ଭାରତ ଆଗରେ ୨୭୦ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଚେନ୍ନାଇ :  ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆରେ ଭାରତ ଆଗରେ ୨୭୦ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ମିଚେଲ ମାର୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଉଭୟ ୬୮ ରନ ଯୋଗ କରିଥିଲେ ।  ତେବେ ହେଡ୍ ୩୩ ରନ କରି ଆଉଟ ହେବା ପରେ ଷ୍ଟିଭେନ ସ୍ମିଥ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଏହା ପରେ ପରେ ମିଚେଲ ମାର୍ସ ମଧ୍ୟ ୪୭ ରନ କରି ଆଉଟ ହୋଇଯାଇଥିଲେ । ଦଳର ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ସ୍କୋର କରିପାରିନଥିଲେ ବି ସମସ୍ତଙ୍କ କିଛି କିଛି ରନର ଯୋଗଦାନ ଫଳରେ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇପାରିଥିଲେ । ଆଲେକ୍ସ କେରି ୩୮ରନ କରିଥିବାବେଳେ ମାର୍ନସ ଲାବୁସଚାନ ୨୮ରନ, ମାର୍କସ ଷ୍ଟଇନିସ ୨୫ ରନ ଓ ସିନ ଆବଟ୍ ୨୬ରନ କରିଥିଲେ । ଦଳ ୪୯ ତମ ଓଭରରେ ୨୬୯ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଳଦୀପ ୟାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର