ଆଡିଲେଡ ଓଭାଲ : ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସ ୩୩୭ ରନରେ ଅଲଆଉଟ ହୋଇଯାଇଛି । ଏହା ସହିତ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୫୭ ରନର ବିଶାଳ ଅଗ୍ରଣୀ ହାସଲ କରିଛି, ଯେଉଁଥିରେ ଟ୍ରାଭିସ୍ ହେଡ୍ ଙ୍କ ବହୁତ ଅବଦାନ ରହିଛି। ହେଡ ଦ୍ରୁତ ରନ୍ କରି ୧୪୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ଦଳର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଥିଲେ। ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜର ୨ୟ ଇନିଂସରେ ୧ ଓ୍ବିକେଟ ହରାଇ ୨୪ ରନ କରିଛି । କେ.ଏଲ. ରାହୁଲ ମାତ୍ର ୭ ରନ କରି ଆଉଟ ହୋଇଛନ୍ତି ।
ଦ୍ବିତୀୟ ଦିନ ଆରମ୍ଭରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ୮୬ ରନ୍ ବଢ଼ାଇଥିଲା। ଏହାର କିଛି ଓଭର ପରେ ଯଶପ୍ରୀତ ବୁମ୍ରା କ୍ରିଜ୍ ରେ ଥିବା ନାଥନ୍ ମ୍ୟାକ୍ ସୁଇନିଙ୍କୁ ୩୯ ରନ୍ ରେ ଓ୍ଵିକେଟ୍ ଦେଇଥିଲେ। ଦ୍ବିତୀୟ ଦିନର ପ୍ରଥମ ଅଧିବେଶନରେ ଷ୍ଟିଭ୍ ସ୍ମିଥ୍ ମାତ୍ର ୨ ରନ୍ କରି ଆଉଟ୍ ହୋଇଯିବାରୁ ଭାରତୀୟ ବୋଲରମାନେ ଆଧିପତ୍ୟ ବଜାୟ ରଖିଥିଲେ। ଏହି ସମୟରେ ମାର୍ନସ୍ ଲାବୁସାନେ ଗୋଟିଏ ପ୍ରାନ୍ତରୁ ଦୃଢ଼ ବ୍ୟାଟିଂ ଜାରି ରଖି ୬୪ ରନ୍ କରିଥିଲେ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରି ଅଲଆଉଟ ହୋଇଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/07/I98edH2W95sriIqFYFxj.jpg)