ଭାରତ ଗସ୍ତ ଲାଗି ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ, ଖେଳିବେନି ଦୁଇ ମିସେଲ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଦୃତ ବୋଲର ମିସେଲ୍‌ ଷ୍ଟାର୍କଙ୍କୁ ଆଘାତ ଲାଗି ଥିବାରୁ ସେ ଆଗାମୀ ଫେବ୍ରୁଆରି ୨୪ରୁ ଆରମ୍ଭ ହେଉଥିବା ଭାରତ ଗସ୍ତ ପାଇଁ ଚୟନ ହୋଇ ନାହାନ୍ତି। ଏହି ଗସ୍ତରେ ଅଷ୍ଟ୍ରେଲିଆର ଟିମ୍‌ ୫ଟି ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳାର ନେତୃତ୍ୱ ନେବେ ଆରୋନ୍‌ ଫିଂଚ।

ଆଘାତ ଯୋଗୁଁ ୨୯ ବର୍ଷିଅ ମିସେଲ ଷ୍ଟାର୍କ ଗସ୍ତରେ ଉପଲବ୍ଧ ହେବେ ନାହିଁ। ସେହିଭଳି କଙ୍ଗାରୁ ଟିମ୍‌ର ଅନ୍ୟ ଖେଳାଳି ମିଶେଲ ମାର୍ସଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇ ନାହିଁ। ଷ୍ଟାର୍କଙ୍କୁ ଶ୍ରୀଲଙ୍କା ବିରୋଧରେ କାନବେରାରେ ଖେଳାଯାଇଥିବା ୨ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିନ ବୋଲିଂ କରିବା ସମୟରେ ଆଘାତ ଲାଗିଥିଲା।

ଟିମ୍‌ ଅଷ୍ଟ୍ରେଲିଆ: ଆରୋନ ଫିଂଚ (ଅଧିନାୟକ), ପେଟ୍‌ କମ୍ବିନସ୍‌, ଆଲେକ୍ସ କେରୀ, ଜେସନ ବେହରେନଡ୍ରାର୍ଫ, ନାଥନ କୁଲଟର ନାଇଲ, ପିଟର ହ୍ୟାଣ୍ଡସ୍କମ, ଉସ୍‌ମାନ ଖଓ୍ଵାଜା, ନାଥନ ଲାୟନ, ସନ୍‌ ମାର୍ଶ, ଗ୍ଲେନ୍‌ ମେକ୍ସେଓ୍ଵଲ, ଜୋଏ ରିଚାର୍ଡସନ୍‌, କେନ୍‌ ରିଚାର୍ଡସନ୍‌, ଡାର୍ସି ସର୍ଟ, ମାକର୍ସ ଷ୍ଟୋନିସ, ଆଷ୍ଟର ଟର୍ନର, ଆଦାମ ଜାମ୍ପା

ଅଷ୍ଟ୍ରେଲିଆର ୨୭ ବର୍ଷିଅ ବୋଲର କେନ୍‌ ରିଚାର୍ଡସନ୍‌ଙ୍କ ୨୦୧୮ ଜୁନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ୨୦୧୮-୧୯ରେ ସର୍ବାଧିକ ୨୨ ଓ୍ଵିକେଟ ନେଇଛନ୍ତି। ସେଥିପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର