ସିଡନି ଏକଦିବସୀୟ : ଭାରତକୁ ୬୬ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ସିଡନି :  ସିଡନିଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି ।

ଆଜି ଅଷ୍ଟ୍ରେଲିଆ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୬୯ ରନ, ଆରନ ଫିଞ୍ଚ୍ ୧୧୪ ରନ ଓ ଷ୍ଟିଭେନ ସ୍ମିଥ ୧୦୫ରନ କରିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୭୪ ରନ କରିଥିଲା । ଫଳରେ ଭାରତ ଆଗରେ ୩୭୫ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଅଷ୍ଟ୍ରେଲିଆ ।

image credit : bcci

୩୭୫ରନ ଲକ୍ଷ୍ୟ ହାସଲ କରିବାକୁ ଯାଇ ଭାରତର ମୂଳଦୂଆ ଭଲ ଥିଲେ ମଧ୍ୟ ମୟଙ୍କ ଅଗ୍ରଓ୍ବାଲ ୨୨ ରନ ଓ ଅଧିନାୟକ ବିରାଟ କୋହଲି ୨୧ରନ କରି ଆଉଟ ହୋଇଥିଲେ । ସେହିପରି ଶ୍ରେୟସ ଆୟର ୨ ଓ କେଏଲ ରାହୁଲ ୧୨ରନ କରିଥିଲେ । ତେବେ ଶିଖର ଧଓ୍ବନ ୭୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ରନ କରି ଅଷ୍ଟ୍ରେଲିଆକୁ ଏକ ଲଢୁଆ ଜବାବ ଦେଇଥିଲେ । ମାତ୍ର ଏହା ଯଥେଷ୍ଟ ହୋଇପାରିନଥିଲା । ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୦୮ ରନ ହିଁ କରିପାରିଥିଲା ।

ସମ୍ବନ୍ଧିତ ଖବର