ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତୀୟ ମହିଳା କ୍ରିକେଟ୍ ଦଳକୁ ୩ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ଲଣ୍ଡନ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏଥର ସାମିଲ ହୋଇଛି ମହିଳା କ୍ରିକେଟ୍ । ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୩ ଓ୍ବିକେଟରେ ପରାସ୍ତ କରିଛି ।

ଏହି ମ୍ୟାଚରେ ଭାରତୀୟ ଦ​ଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରିତ କୌର ୫୨ ରନ କରିଥିବାବେଳେ ଶେଫାଳି ବର୍ମା ୪୮ ରନ କରିଥିଲେ । ସେହିପରି ସ୍ମୃତି ମାନ୍ଧାନା ୨୪ ରନ କରିଥିଲେ । ମାତ୍ର ଭାରତର ନିମ୍ନ ମଧ୍ୟକ୍ରମ ବିଫଳ ହେବାରୁ ଦଳୀୟ ସ୍କୋର ୧୫୪ ରନ କରିପାରିଥିଲା ।

୧୫୫ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୪୯ ରନରେ ୫ଟି ଓ୍ବିକେଟ ହରାଇଥିଲା । ତେବେ ଆସଲି ଗାର୍ଡନର ଓ ଗ୍ରେସ ହ୍ୟାରିସଙ୍କ ଲଢୁଆ ବ୍ୟାଟିଂ ମ୍ୟାଚର ମୋଡ଼ ବଦଳେଇଦେଇଥିଲା । ଆସଲି ୫୪ ରନ କରିଥିବାବେଳେ ଗ୍ରେସ ୩୭ ରନ କରିଥିଲେ । ଆଲାନା କିଙ୍ଗ ଅପରାଜିତ ୧୮ ରନର ଯୋଗଦାନ ଦେଇ ୧୯ ତମ ଓଭରରେ ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ଭାରତ ପକ୍ଷରୁ ରେଣୁକା ସିଂ ୪ଟି ଓ ଦିପ୍ତି ଶର୍ମା ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର