ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଖେଳାଯାଉଥିବା ଆଇସିସି ମହିଳା ବିଶ୍ବକପର ଏକ ରୋମାଞ୍ଚକର ମ୍ୟାଚରେ ଭାରତକୁ ୩ ୱିକେଟରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ୩୩୧ ରନର ଏକ ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଅଷ୍ଟ୍ରେଲିଆ ୪୯ ତମ ଓଭରରେ ଏହାକୁ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟିକା ଅଲିସା ହିଲି ୧୪୨ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ଏଲିସ ପେରି ୪୭ରନ ଓ ଆସଲେ ଗାର୍ଡନର ୪୫ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀ ଚାରଣି ୩ଟି ୱିକେଟ ନେଇଥିବାବେଳେ ଦିପ୍ତି ଶର୍ମା ଓ ଅମନଜୋତ କୌର ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ପ୍ରତୀକ ରାଓ୍ବଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୫୫ ରନ କରିଥିଲେ । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୮୦ ରନ କରିଥିବାବେଳେ ପ୍ରତୀକ ରାଓ୍ବାଲ ୭୫ ରନ କରିଥିଲେ । ମାନ୍ଧାନା ଆଉଟ ହେବା ପରେ ହର୍ଲିନ ଦେଓଲ ଓ ରାଓ୍ବଲଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ୨୩୪ ରନରେ ଭାରତ ନିଜର ୨ୟ ଓ୍ବିକେଟ ହରାଇଥିଲା । କିନ୍ତୁ ଭାରତର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ସ୍କୋର କିଛିଟା ଧୀମେଇ ଯାଇଥିଲା । ଭାରତ ୪୮.୫ ତମ ଓଭରରେ ୩୩୦ ରନ କରି ଅଲଆଉଟ ହୋଇଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/12/screenshot-2025-10-12-223405-2025-10-12-22-34-22.png)