ଚାମ୍ପିୟନ ଟ୍ରଫି ହକି : ଭାରତକୁ ୨-୩ ଗୋଲରେ ପରାସ୍ତ କଲା ଅଷ୍ଟ୍ରେଲିଆ

ବ୍ରେଡା( ନେଦରଲାଣ୍ଡ) : ନିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଚାମ୍ପିୟନ୍ସ ଟ୍ରଫି ହକିରେ ଜୋରଦାର ଆରମ୍ଭ କରିଥିବା ଭାରତ ଆଜି ଅଷ୍ଟ୍ରେଲିଆ ଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି । ଏହି ପରାଜୟ ଫଳରେ ଭାରତ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ତଳକୁ ତୃତୀୟ ସ୍ଥାନକୁ ଖସିଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଲାଚଲାନ ପ୍ରଥମେ ଗୋଲ କରି ଅଷ୍ଟ୍ରେଲିଆକୁ ୧-୦ରେ ଅଗ୍ରଣୀ କରିଥିଲେ । କିନ୍ତୁ ଭାରତ ପକ୍ଷରୁ ବରୁଣ କୁମାର ଗୋଲ ଦେଶ ସ୍କୋରକୁ ୧-୧ ସ୍ତରକୁ ଆଣିଥିଲେ । ତେବେ ପରେ ଅଷ୍ଟ୍ରେଲିଆ ତରଫରୁ କ୍ରେଗ୍‌ ଆଉ ଗୋଟିଏ ଗୋଲ କରି ଅଷ୍ଟ୍ରେଲିଆକୁ ୨-୧ରେ ଆଗୁଆ କରିଥିଲେ । ପରେ ମିଲଟନ ଆଉ ଏକ ଗୋଲ କରି ଅଷ୍ଟ୍ରେଲିଆକୁ ୩-୧ରେ ଆଗୁଆ କରିଥିଲେ । ମ୍ୟାଚ ଶେଷ ହେବାର କିଛି ମିନିଟ ପୂର୍ବରୁ ଭାରତର ପକ୍ଷରୁ ହରମନପ୍ରିତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିଥିଲେ ମଧ୍ୟ ଭାରତ ୩-୨ରେ ପରାଜିତ ହୋଇଥିଲା । ଚଳିତ ଚାମ୍ପିୟନ ଟ୍ରଫିରେ ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଓ ୨ୟ ମ୍ୟାଚରେ ଆର୍ଜେଣ୍ଟିନାକୁ ହରାଇଥିଲା ।

ସମ୍ବନ୍ଧିତ ଖବର