ଟି-୨୦ ବିଶ୍ବକପ୍ : ଆୟର୍ଲାଣ୍ଡକୁ ୪୨ରନରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିସବେନ : ସୋମବାର ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଆୟର୍ଲାଣ୍ଡକୁ ୪୨ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ ସେମିଫାଇନାଲ ଦୌଡ଼ରେ ନିଜର ଦାବିଦାରିକୁ ଦୃଢ କରିଛି ଅଷ୍ଟ୍ରେଲିଆ ।

ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୭୯ ରନ କରିଥିଲା । ଦଳ ପକ୍ଷରୁ ଆରନ ଫିଞ୍ଚ୍ ସର୍ବାଧିକ ୬୩ ରନ କରିଥିଲେ । ସେହିପରି ମିଚେଲ ମାର୍ସ ୨୮ ରନ ଓ ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରି ମାକକାର୍ଥି ୩ଟି ଓ୍ବିକେଟ ନେଇଥିବାବେଳେ ଜୋସୁଆ ଲିଟିଲ ୨ଟି ଓ୍ବିକେଟ ନେଇଥିଲେ ।

୧୮୦ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଆରମ୍ଭରୁ ପଲ୍ ଷ୍ଟର୍ଲିଂ ଓ ଆଣ୍ଡ୍ର୍ୟୁ ବେଲବର୍ନି ଆଉଟ ହେବା ଫଳରେ ଦଳ ସଂକଟରେ ପଡ଼ିଯାଇଥିଲା । କିନ୍ତୁ ଲୋର୍କାନ ଟକର ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଆଶା ସଂଚାର କରିଥିଲେ । ସେ ଅପରାଜିତ ୭୧ ରନ କରିଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନେ ଅଷ୍ଚ୍ରେଲିଆ ବୋଲିଂର ସାମନା କରିପାରିନଥିଲେ । ବିଶେଷକରି ମଧ୍ୟଭାଗ  ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାକ୍, ଗ୍ଲେନ ମାକ୍ସଓ୍ବେଲ, ଆଡାମ ଜାମ୍ପା ଓ ପାଟ୍ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର