ଭାରତ ବିପକ୍ଷ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଉପରେ ସାମାଜିକ ଗଣମାଧ୍ୟମ ଅନେକ ପ୍ରଶ୍ନ ଉଠାଇଥିଲା। ହେଲେ ଏହା ହିଁ ତାଙ୍କୁ ବିଜୟୀ କଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାରୁ ପୂରା ଫାଇଦାରେ ରହିଲା। ବର୍ଷା ପରେ ମାଞ୍ଚେଷ୍ଟର ପିଚ୍ ସ୍ପିନ୍ ଏବଂ ସୁଇଂକୁ ସୁହାଇଲା। ଭାରତୀୟ ବୋଲର ମଧ୍ୟ ଭଲ ବୋଲିଂ କଲେ। ନ୍ୟୁଜିଲାଣ୍ଡ ବି ଜାଣିଥିଲା ଯେ ସେମିଫାଇନାଲ୍ ଭଳି ମୁକାବିଲାରେ ୨୫୦ରୁ ୨୭୦ ସ୍କୋର ପର୍ଯ୍ୟାପ୍ତ ହେବ। ଅନ୍ୟ ସେମିଫାଇନାଲ୍ କଥା କହିଲେ, ଏଜବାଷ୍ଟନରେ ଖେଳୁଥିବାରୁ ଇଂଲଣ୍ଡ ଖୁସିରେ ଥିବ। ସେମାନେ ଅବଶ୍ୟ ଅତୀତରେ ଅଷ୍ଟ୍ରେଲିଆର ଦୁଇ ପ୍ରମୁଖ ବୋଲର ମିଚେଲ ଷ୍ଟାର୍କ ଓ ଜାସନ ବେହେରନଡ୍ରଫଙ୍କ ବିପକ୍ଷରେ ସଂଘର୍ଷ କରିଛନ୍ତି। ମୁଁ ନିଶ୍ଚିତ ଯେ ସେମାନେ ଏହି ଦୁଇ ବୋଲରଙ୍କୁ ମୁକାବିଲା କରିବା ଲାଗି ନୂଆ ଯୋଜନା କରିଥିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଜାଣିଛି, ସେମାନଙ୍କ ପାଇଁ ଆଉ ଏକ କଡ଼ା ପରୀକ୍ଷା ଅପେକ୍ଷା କରି ରହିଛି। ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ଚିନ୍ତା ତା’ ବୋଲିଂକୁ ନେଇ ହୋଇପାରେ। ମୋ ମତରେ ଅଷ୍ଟ୍ରେଲିଆ ବୋଲିଂରେ ବିବିଧତାର ଅଭାବ ରହିଛି। ଇଂଲଣ୍ଡ ପିଚ୍ରେ ବଲ୍ ଘୂରିବା ଆରମ୍ଭ କରିଥିବାରୁ ନାଥନ ଲାୟନ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ରହିବା ଉଚିତ। ପିଟର ହ୍ୟାଣ୍ଡ୍ସ କମ୍ବ ଫେରିବା ଅଷ୍ଟ୍ରେଲିଆ ପାଇଁ ଏକ ବଡ଼ ବୋନସ୍ ଭଳି। ଇଂଲଣ୍ଡ ଘରୋଇ ପରିବେଶରେ ଖେଳୁଥିବାରୁ ତାକୁ ହରାଇବା ଅଷ୍ଟ୍ରେଲଆ ପାଇଁ ଆଦୌ ସହଜ ହେବନି। ତେବେ ଅଷ୍ଟ୍ରେଲିଆ ପୂର୍ବରୁ ଏଭଳି ସ୍ଥିତିରେ ରହିଛି ଏବଂ ସଫଳତାର ସହ ବାହାରି ଆସି ପାରିଛି। ବିଶ୍ବକପ୍ ଜିତିବାକୁ ହେଲେ ଇଂଲଣ୍ଡକୁ ଅଷ୍ଟ୍ରେଲିଆକୁ ହରାଇବାକୁ ହେବ।
ଅଷ୍ଟ୍ରେଲିଆ ବୋଲିଂରେ ବିବିଧତା ନାହିଁ
-ଗ୍ରେମ୍ ସ୍ମିଥ୍-
/sambad/media/post_attachments/wp-content/uploads/2019/07/Graeme-Smith-ORTambo-Oct2012-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)