ସ୍ମିଥ୍‌ଙ୍କୁ କୋହଲିଙ୍କ ଉପରେ ରଖିଲେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର

05

ମା‌ଞ୍ଚଷ୍ଟର୍‌: ବର୍ତମାନ ବିଶ୍ବ କ୍ରିକେଟ୍‌ର ମହାନ ବ୍ୟାଟସମ୍ୟାନ୍‌ କିଏ‌ ବୋଲି ହେଉଥିବା ବିତର୍କରେ କୋହଲି-ୱିଲିୟମସନ୍ ଏବଂ କୋହଲି-ସ୍ମିଥ୍ ମୁହାଁମୁହିଁ ହୋଇଥାନ୍ତି। ଆସେସ୍ ବଜାୟ ରଖିବା ପରେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର କିନ୍ତୁ ନିଜ ମତ ପରିବର୍ତନ କରି ସ୍ମିଥ୍‌ଙ୍କୁ କୋହଲିଙ୍କ ଉପରେ ରଖିଛନ୍ତି। ସ୍ମିଥ୍‌ ରବିବାର ଶେଷ ‌ହୋଇଥିବା ହେଡିଙ୍ଗ୍‌ଲେ ‌ଟେଷ୍ଟ୍‌ରେ ୨୯୩ ରନ୍ କରି (୨୧୧, ୮୨) ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ଲାଙ୍ଗର କହିଛନ୍ତି ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ସଂଘର୍ଷ କରୁଥିବା ବେ‌ଳେ ସ୍ମିଥ୍‌ ଥଣ୍ଡା, କୋହଲା ପବନ ପରିବେଶ ଏବଂ ବାରମ୍ବାର ବର୍ଷାବାଧା ପାଳି ମଧ୍ୟରେ ‌ଯେଭଳି ଖେଳିଲେ ତାହା ଅସାଧାରଣ। ୮୨ ରନ୍ ଦଳର ସର୍ବାଧିକ ବ୍ୟକ୍ତିଗତ ଥିଲେ ମଧ୍ୟ ଏହା ତାଙ୍କ ପାଇଁ ଚଳିତ ଶୃଙ୍ଖଳାରେ ସର୍ବନିମ୍ନ ଥିଲା। କ୍ରିକେଟ୍‌ରେ ବହୁ ବଡ଼ ହିଟ୍‌ ଖେଳାଳି ରହିଛନ୍ତି, କୋହଲି ସବୁ ଫର୍ମାଟରେ ଭଲ ଖେଳୁଥିବାରୁ ମୁଁ ଶ୍ରେଷ୍ଠ ଭାବୁଥିଲି। କିନ୍ତୁ ସ୍ମିଥ୍ ଏକ ନୂଆ ସ୍ତରର ଖେଳାଳି। ସେ ଜଣେ ସଙ୍କଟମୋଚକ, ମୁଁ ଏଭଳି କାହାକୁ ଦେଖିନଥିଲି। ସ୍ପିନ୍ ଏବଂ‌ ପେସ୍ ବିପକ୍ଷରେ ଭଲ ଖେଳିବାରେ ବି ସେ ସନ୍ତୁଳନ ରକ୍ଷା କରିପାରନ୍ତି ବୋଲି ଲାଙ୍ଗର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସ୍ମିଥ୍ ଚଳିତ ଆସେସ୍ ଶୃଙ୍ଖଳାରେ ୫ ପାଳିରୁ ୧୩୪.୨ ହାରରେ ୬୭୧ ରନ୍ ସଂଗ୍ରହ କରି ସାରିଛନ୍ତି। ଏହା ମଧ୍ୟରେ ୩ ଶତକ ଏବଂ ୨ ଅର୍ଧଶତକ ରହିଛି। ୮୨ ରନ୍ ପୂର୍ବରୁ ସେ ଆଉଟ୍ ହୋଇନାହାନ୍ତି।

ସମ୍ବନ୍ଧିତ ଖବର