ମେଲ୍ବର୍ନ: ଅଷ୍ଟ୍ରେଲୀୟ ସାଇକେଲ ଚାଳକ ଦଳ ଗୁରୁବାର ନୂଆ ବିଶ୍ବ କୀର୍ତିମାନ ସ୍ଥାପନ କରିଛି। ଟ୍ରାକ୍ ସାଇକ୍ଲିଂ ବିଶ୍ବ ପ୍ରତିଯୋଗିତାରେ ଏହି ଦଳ ଅଲିମ୍ପିକ୍ ବିଜେତା ତଥା ଏହି ପ୍ରତିଯୋଗିତାର ପୂର୍ବ ବିଜେତା ବ୍ରିଟେନ୍କୁ ପଛରେ ପକାଇ ପୁରୁଷ ଦଳଗତ ପର୍ସୁଟ୍ ସ୍ବର୍ଣ୍ଣ ପଦକ ଜିତିବା ସାଙ୍ଗକୁ ନିଜର ବିଶ୍ବ କୀର୍ତିମାନକୁ ଭାଙ୍ଗି ଦେଇଛି। ଲି ହାୱାର୍ଡ, ସାମୁଏଲ୍ ୱେଲ୍ସଫୋର୍ଡ, କେଲାଣ୍ଡ୍ ଓ’ବ୍ରାଏନ୍ ଏବଂ ଆଲେକ୍ସ ପୋର୍ଟରଙ୍କୁ ନେଇ ଗଠିତ ଅଷ୍ଟ୍ରେଲିଆ ଦଳ ୩:୪୮,୦୧୨ ସମୟ ନେଇ ସ୍ବର୍ଣ୍ଣ ପଦକ କବ୍ଜା କରିନେଇଥିଲା ବେଳେ ପୂର୍ବ ବିଶ୍ବ କୀର୍ତିମାନ (ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩:୪୯,୮୦୪ ସମୟ)କୁ ଟପି ଯାଇଥିଲା। ଅଷ୍ଟ୍ରେଲିଆର ଓେ୍ବଲ୍ସଫୋର୍ଡ ଏହି ପ୍ରତିଯୋଗିତାରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ମଧ୍ୟ ଜିତିଥିଲେ। ଏହା ପୂର୍ବରୁ ସେ ପୁରୁଷ ସ୍କ୍ରାଚ୍ ଟ୍ରଫି ମଧ୍ୟ ଜିତି ନେଇଥିଲେ। ବ୍ରିଟେନ୍ ରୌପ୍ୟରେ ସନ୍ତୁଷ୍ଟ ରହିଥିଲା ବେଳେ ଡେନ୍ମାର୍କକୁ କାଂସ୍ୟ ପଦକ ମିଳିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ମହିଳା ଦଳ ମଧ୍ୟ ପର୍ସୁଟ୍ ଫାଇନାଲ୍ରେ ବ୍ରିଟେନ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ କରିଥିଲା। ଏହି ବର୍ଗରେ ନ୍ୟୁଜିଲାଣ୍ଡ୍ କାଂସ୍ୟ ପଦକ ଜିତିଥିଲା। ବିଶେଷକରି ଏହି ବିଶ୍ବ ପ୍ରତିଯୋଗିତାର ଦ୍ବିତୀୟ ଦିବସ ଶେଷରେ ଅଷ୍ଟ୍ରେଲିଆର ଆଧିପତ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ମୋଟ ୭ ଫାଇନାଲ୍ରୁ ୪ ଜିତି ସାରିଲାଣି।
ଅଷ୍ଟ୍ରେଲୀୟ ସାଇକେଲ ଚାଳକଙ୍କ ବିଶ୍ବ କୀର୍ତିମାନ
/sambad/media/post_attachments/wp-content/uploads/2019/03/Untitled-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)