କାନ୍ବେରା: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଠାରୁ ୧୯ ରନ୍ରେ ପରାସ୍ତ ହୋଇଛି। ଏହା ସହିତ ଏହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ରେ ବରାବର ହୋଇଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା।
ଦଳ ପକ୍ଷରୁ ଜର୍ଜିଆ ଭଲ୍ ୮୮( ୫୭ ବଲ୍, ୧୧ ଚୈକା, ୧ ଛକା) ଓ ବଥ୍ ମୁନି ୪୬ ରନ୍ (୩୯ ବଲ୍) କରିଥିଲେ। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡି ୩୦ ରନ୍ ବ୍ୟୟ କରି ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୪ ରନ୍ ହିଁ କରିପାରିଥିଲା। ଦଳ ପକ୍ଷରୁ ଦୁଇ ଓପନର ସ୍ମୃତି ମାନ୍ଧାନା (୨୪ ବଲ୍ରୁ ୩୧ରନ୍) ଓ ଶେଫାଳି ବର୍ମା (୨୩ ବଲ୍ରୁ ୨୯ରନ୍) ପ୍ରଥମ ୱିକେଟ୍ ଯୋଡ଼ିରେ ୫୭ ରନ୍ର ଏକ ଦୃଢ ଭାଗୀଦାର କରିଥିବାବେଳେ ମଧ୍ୟକ୍ରମରେ ହରମନପ୍ରିତ୍ କୌର ଓ ଋଚା ଘୋଷଙ୍କ ୫୫ରନ୍ର ଆଉ ଏକ ଭାଗୀଦାର ହୋଇଥିଲା। ଏହା ସତ୍ତ୍ବେ ଶେଷ ଚାରି ଓଭରରେ ଭାରତ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୧୨୬ ରନ୍ରେ ଦଳ ୪ଟି ୱିକେଟ୍ ହରାଇଥିବାବେଳେ ଆଉ ୭ ରନ୍ ମଧ୍ୟରେ ଦଳ ୫ଟି ୱିକେଟ୍ ହରାଇଥିଲା।
ଆହୁରି ପଢ଼ନ୍ତୁ: Health: ମାଲକାନଗିରିଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ରୁ ୨୭ ବାୟୁ ସ୍ବାସ୍ଥ୍ୟ ସେବା
ଏହି ବିପର୍ଯ୍ୟୟ ଫଳରେ ଦଳ ୧୪୪ ରନ୍ରେ ସୀମିତ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆସ୍ଲେ ଗାର୍ଡନର ୩ଟି ୱିକେଟ୍ ନେଇଥିବାବେଳେ କିମ୍ ଗାର୍ଥ, ଆନାବେଲ୍ ସଦରଲାଣ୍ଡ୍ ଓ ସୋଫି ମୋଲିନେକ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜର୍ଜିଆ ଭଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/19/19bbs_67_19022026_112-2026-02-19-18-05-12.jpg)