ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳ

ମେଲ୍‌ବର୍ନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳ ଆସନ୍ତା ବର୍ଷ ମାର୍ଚରେ ଭାରତ ଗସ୍ତ କରିବେ। ଏହି ଗସ୍ତରେ ପ୍ରଥମେ ଅଷ୍ଟ୍ରେଲିଆ ଦଳ ଭାରତ ସହ ୩ ଟିକିଆ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ସହ ୨ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ଭାରତ ତ୍ରିକୋଣୀୟ ଦିନିକିଆ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନକିଆ ମ୍ୟାଚ୍‌ଗୁଡ଼ିକ ବରୋଦାରେ ମାର୍ଚ ୧୨, ୧୫ ଏବଂ ୧୮ ତାରଖରେ ଖେଳାଯିବ। ଏହାପରେ ମୁମ୍ବାଇରେ ଭାରତ-ଏ ଦଳ ବିପକ୍ଷରେ ୨ ଅଭ୍ୟାସ ମ୍ୟାଚ୍‌ ଖେଳିବା ପରେ ମାର୍ଚ ୨୨ରୁ ତ୍ରିକୋଣୀୟ ଶୃଙ୍ଖଳା ଆରମ୍ଭ ହେବ। ପ୍ରତ୍ୟେକ ଦଳ ପରସ୍ପର ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବା ପରେ ଅପ୍ରେଲ୍‌ ୩ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର