ପରାଜୟ ଏଡାଇବାକୁ ଅଷ୍ଟ୍ରେଲିଆର ସଂଘର୍ଷ

ଦୁବାଇ: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପରାଜୟ ଏଡାଇବାକୁ ସଂଘର୍ଷ ଜାରି ରଖିଛି। ପ୍ରଥମ ପାଳିରେ ପାକିସ୍ତାନ ୪୮୨ ରନ୍‌ କରିଥିଲା। ଜାବାବରେ ଅଷ୍ଟ୍ରେଲିଆ ୨୦୨ ରନ୍‌ କରି ୨୮୦ ରନ୍‌ରେ ପଛୁଆ ଥିଲା। ଫଲୋଅନ୍‌ ନ ଦେଇ ଦ୍ବିତୀୟ ପାଳି ଖେଳିଥିବା ପାକିସ୍ତାନ ୧୮୧/୬ରେ ଘୋଷଣା କରିଥିଲା। ଇମାମ ଉଲ୍‌ ହକ୍‌ ୪୮, ଅସାଦ ସାଫିକ୍‌ ୪୧ ଓ ହରିସ୍‌ ସୋହେଲ୍‌ଙ୍କ ୩୧ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବାମହାତୀ ସ୍ପିନର୍‌ ଜନ୍‌ ହଲାଣ୍ଡ ୩ ଓ ନାଥନ ଲିଅନ୍‌ ୨ ୱିକେଟ୍‌ ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୪୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଚତୁର୍ଥ ଦିନ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୩ ୱିକେଟ୍‌ ହରାଇ ୧୩୬ ରନ୍‌ କରିଛି। ଏବେ ବି ଭ୍ରମଣକାରୀ ଦଳ ହାତରେ ୭ ୱିକେଟ୍‌ ଥାଇ ବିଜୟଠୁ ୩୨୬ ରନ୍‌ ଦୂରରେ ରହିଛି। ଆରୋନ ଫିଞ୍ଚ୍‌ ୪୯ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଉସ୍‌ମାନ ଖାୱାଜା (୫୦*) ଓ ଟ୍ରାଭିସ୍‌ ହେଡ୍‌ (୩୪*) ଅପରାଜିତ ରହିଛନ୍ତି। ପାକିସ୍ତାନର ସଫଳ ବୋଲର ଭାବେ ମହମ୍ମଦ ଆବାସ ୩ଟିଯାକ ୱିକେଟ୍‌ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୪୮୨ ଓ  ଦ୍ବିତୀୟ ପାଳି: ୧୮୧/୬ (ଇମାମ ଉଲ୍‌ ହକ୍‌ ୪୮, ଅସାଦ ସାଫିକ୍‌ ୪୧, ଜନ୍ ହଲାଣ୍ଡ ୩/୮୩, ନାଥନ ଲିଅନ୍‌ ୨/୫୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୦୨ ଓ ଦ୍ବିତୀୟ ପାଳି: ୫୦ ଓଭର ୧୩୬/୩ (ଆରୋନ ଫିଞ୍ଚ୍‌ ୪୯, ଉସମାନ ଖାୱାଜା ୫୦*, ଟ୍ରାଭିସ ହେଡ୍‌ ୩୪*, ମହମ୍ମଦ ଆବାସ ୩/୨୬)।

ସମ୍ବନ୍ଧିତ ଖବର