ସିଡନୀ: ପର୍ଥ ଟେଷ୍ଟର ତୃତୀୟ ଅଧିବେସନରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ସୁଦୃଢ଼ ସ୍ଥିତିରେ ରହିଛି। ତୃତୀୟ ଦିନ ନିଜର ଦ୍ବିତୀୟ ଇନିଂସ ଶେଷ ସୁଦ୍ଧା ୧୩୪.୩ ଓଭରରେ ସ୍କୋର ୪୮୭ ରନ୍ ରହିଛି। ଟିମ୍ ଇଣ୍ଡିଆ ୫୩୩ ରନ୍ ଆଗୁଆ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୫୩୪ ରନ୍ ରହିଛି।
Virat Kohli's six hit the security person near the boundary.
— Mufaddal Vohra (@mufaddal_vohra) November 24, 2024
- Virat was concerned about him, brilliant from Lyon and CA to quickly check upon him. 👏 pic.twitter.com/G8MYd4yhwS
ଯଶସ୍ୱୀ ଜୟସ୍ବାଲ ୨୯୭ ବଲରେ ୧୬୭ ରନରେ କରିଛନ୍ତି। କେ.ଏଲ୍ ରାହୁଲ ୧୭୬ ବଲରେ ୭୭ କରିଛନ୍ତି। ସେହିପରି ଦେବଦତ୍ତ ପାଦିକଲ ୨୪ ରନ୍, ବିରାଟ କୋହଲି ୧୦୦ ରନ୍, ୱାଶିଂଟନ ସୁନ୍ଦର ୨୯ ରନ୍ ଏବଂ ନୀତିଶ ରେଡ୍ଡୀ ୩୮ ରନ୍ କରିଛନ୍ତି।
The analysis on Virat Kohli's drive. pic.twitter.com/upeZn7qFVt
— Mufaddal Vohra (@mufaddal_vohra) November 24, 2024
ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୪ ରନ୍ରେ ଅଷ୍ଟ୍ରେଲିଆକୁ ଆଉଟ୍ କରିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିବା ପରେ ଭାରତ ୪୬ ରନରେ ଆଗୁଆ ରହିଥିଲା।
THE SHOT OF THE KING. 🥶
— Mufaddal Vohra (@mufaddal_vohra) November 24, 2024
- Virat Kohli smashed Starc for a six. 🤯 pic.twitter.com/nyNAbgRAAs
ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ଟି ଚୌକା ସହାୟତାରେ ୨୬ ରନ୍ର ସବୁଠାରୁ ବଡ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ ନେଇଥିଲେ।