ସିଡନୀ ଦିନିକିଆ: ଟସ୍‌ ଜିିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ସିଡନୀ: ବିଶ୍ୱକପ୍‌ ବର୍ଷରେ ଆଜି ସିଡନୀ ଠାରେ ଖେଳା ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଉଭୟ ଦଳ ଏହି ଶୃଙ୍ଖଳାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଦୃଢ଼ ମନୋବଳରେ ଥିବା ଭ୍ରମଣକାରୀ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଜିତି ବିଶ୍ୱକପ୍‌ ପୂର୍ବରୁ ମନୋବଳକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି। ତେବେ ଭାରତର ଲମ୍ବା ଗସ୍ତସୂଚୀ ମଧ୍ୟରେ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍‌ ହାରିବାରୁ ବର୍ତିଯାଇଥିଲା।ସେହିପରି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୨ରେ ହାରିଯାଇଥିଲା ବେଳେ ଶେଷ ଟେଷ୍ଟରେ ମଧ୍ୟ ବର୍ଷା ଭାରତଠୁ ବିଜୟ ଛଡ଼ାଇ ନେଇଥିଲା। ତେବେ ପୁରୁଣା ପରାଜୟକୁ ଭୁଲି ଅଷ୍ଟ୍ରେଲିଆ ପୁଣି ଥରେ ନୂଆ ଉତ୍ସାହ ସହିତ ଦିନିକିଆ ଫର୍ମାଟରେ ମୈଦାନକୁ ଓହ୍ଲାଇଛି।


ଭାରତୀୟ ଦଳ: ବିରାଟ କୋହଲି, ଶିଖର ଧାଓ୍ଵନ, ରୋହିତ ଶର୍ମା, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କେ ଖଲିଲ ଅହମ୍ମଦ।
ଅଷ୍ଟ୍ରେଲିଆ ଦଳ: ଆରୁନ ଫିଞ୍ଚ୍‌, ଆଲେକ୍ସ କରେ, ଉସମାନ ଖଓ୍ଵାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡସକମ୍ବ, ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମାକ୍ସେଓ୍ଵଲ, ନାଥାନ ଲିୟନ, ପିଟର ସିଡଲେ, ଜେ ରିଚାର୍ଡସନ ଓ ଜସନ ବେର୍ହେନଡ୍ରଫ।

ସମ୍ବନ୍ଧିତ ଖବର