ଲଣ୍ଡନ୍: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆ ଆଇସିସି ମାନ୍ୟାତାରେ ତଳକୁ ଖସି ଷଷ୍ଠରେ ପହଞ୍ଚିଛି। ୩୪ ବର୍ଷରେ ଅଷ୍ଟ୍ରେଲିଆର ଏହା ସବୁଠୁ କମ୍ ମାନ୍ୟତା। ଶେଷ ଥର ଲାଗି ୧୯୮୪ ଜାନୁଆରିରେ ଅଷ୍ଟ୍ରେଲିଆ ଷଷ୍ଠରେ ଥିଲା। ୨୦୦୭ ଜାନୁଆରିରେ ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ହାରିବା ପରଠୁ ଅଷ୍ଟ୍ରେଲିଆର ମାନ୍ୟତାରେ ପତନ ଆରମ୍ଭ ହୋଇଥିଲା। ଏହା ପରେ ଦଳ ୧୫ ମ୍ୟାଚ୍ରୁ କେବଳ ୨ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ, ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିବା ସହ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ୨-୦ରେ ଶୃଙ୍ଖଳା ଆଗୁଆ ଥିବା ଇଂଲଣ୍ଡ ଶୀର୍ଷରେ ଏବଂ ଭାରତ ଦ୍ୱିତୀୟରେ ରହିଛି। ଯଦି ଏହି ୫ ଟିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତେ ତେବେ ପାକିସ୍ତାନକୁ ହଟାଇ ପଞ୍ଚମରେ ପହଞ୍ଚିପାରିବ।
୩୪ ବର୍ଷ ପରେ ଅଷ୍ଟ୍ରେଲିଆକୁ ନିମ୍ନ ମାନ୍ୟତା
/sambad/media/post_attachments/wp-content/uploads/2018/06/AUSTRALIA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)