ଇନ୍ଦୋର: ଅଷ୍ଟ୍ରେଲିଆ ୫ଟି ଓ୍ଵିକେଟ ହରାଇ ୨୬୭ ରନ୍‌ ସଂଗ୍ରହ କରିଛି। ଓପରନର ଅରୁଣ ଫିଞ୍ଚ ଅନ୍ତର୍ଜାତୀୟ ଦିନିକିଆରେ ୮ମ ଶତକ ହାସଲ କରିବା ପରେ ପାଭଲିୟନକୁ ଫେରି ଯାଇଥିଲେ। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚରେ ଅରୁଣ ୧୨୪ ରନ୍‌ ସଂଗ୍ରହ କରିବା ପରେ କୁଳଦୀପ ଯାଦବଙ୍କ ବଲକୁ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ।

Advertisment

ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୭୦ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଭାରତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ଅଷ୍ଟ୍ରେଲିଆର ଅନ୍ୟତମ ଓପନର ଡାଭିଡ ଓ୍ଵାର୍ଣ୍ଣର। ସେ ୪୪ଟି ବଲ ଖେଳି ୪୨ ରନ୍‌ ସଂଗ୍ରହ କରିବା ପରେ ବୋଲ୍‌ଡ ହୋଇଛନ୍ତି। ତ୍ରାବିସ ହେଡ(୪) ୬ଟି ବଲ ଖେଲି ଯଶପ୍ରିତ ବୁମରାଙ୍କ ଦ୍ୱାରା ବୋଲ୍‌ଡ ହୋଇଥିଲେ। ଅଷ୍ଟ୍ରେଲିଆ ୫ଟି ଓ୍ଵିକେଟରେ ୨୬୦ ରନ୍‌ ସଂଗ୍ରହ କରିଥିଲା। ଭାରତର ୪ର୍ଥ ଶିକାର ଗ୍ଲେନ ମ୍ୟାକ୍ସେଓ୍ଵଲ(୫) ହୋଇଥିବା ବେଳେ ୩ୟ ଓ୍ଵିକେଟରେ କୁଳଦୀପ ଯାଦବଙ୍କ ବଲରେ ଆଉଟ ହୋଇ ଫେରିଥିଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ ସ୍ମିଥ(୬୩)। ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୩ୟ ଓ ୪ର୍ଥ ଓ୍ଵିକେଟ ୨୪୩ରନ୍‌ରେ ପଡ଼ିଥିଲା। ସ୍ମିଥ ଏକ ସର୍ଟ ଖେଳିବାକୁ ଯାଇ ଯାଦବଙ୍କ ବଲକୁ ଯଶପ୍ରିତ ବୁମରାଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରିଥିଲେ।

ରିପୋର୍ଟ ଲେଖାଯିବାକୁ ଅଷ୍ଟ୍ରେଲିଆ ୪୬.୨ ଓଭରରେ ୨୬୭ରନ୍‌ ସଂଗହ କରିଛି। ମାର୍କ ଷ୍ଟୋନିସ ଓ ପିଟର ହ୍ୟାଣ୍ଡସ୍କମ କ୍ରିଜରେ ଅଛନ୍ତି।